Sunstar TV :
ଆସିଲା ୧୨ ସଂସ୍ଥାର ବୁଥ୍ ବାହୁଡା ମତ । ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ନରେନ୍ଦ୍ର ମୋଦି । ତେବେ ୧୨ ସଂସ୍ଥାର ବୁଥ୍ ବାହୁଡା ମତ ଏହାର ସଙ୍କେତ ଦେଇଛି । ଏନଡିଏକୁ ଏଥର ହାରାହାରି ୩୬୫ ଆସନ ଏବଂ ଇଣ୍ଡିଆକୁ ୧୪୬ ଆସନ ମିଳିପାରେ ଅନୁମାନ କରାଯାଉଛି । ଏଥର ବିଜେପି ଏକାକୀ ୩୧୭ ଆସନରେ ବିଜୟୀ ହେବ ବୋଲି ଆକଳନ କରାଯାଇଛି । ସେହିପରି କଂଗ୍ରେସ ୬୧ ଆସନ ପାଇପାରେ । ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ୫୨ଟି ଆସନ ପାଇଥିଲା । ତେବେ ଏଥର ବିଜେପିର ସଫଳତା ପଛରେ ଓଡ଼ିଶା, ପଶ୍ଚିମବଙ୍ଗ, ଦକ୍ଷିଣ ଭାରତୀୟ ରାଜ୍ୟର ଅବଦାନ ରହିଛି ବୋଲି କୁହାଯାଉଛି । ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ସହ ବିଜେପି ମେଣ୍ଟ ୨୫ରୁ ୧୮ ଆସନ ପାଇବ ବୋଲି ଆକଳନ କରିଛନ୍ତି ବିଭିନ୍ନ ସଂସ୍ଥା । ସେପଟେ ତେଲେଙ୍ଗାନାରେ ବିଜେପି ମୋଟ ୧୭ରୁ ବିଜେପି ଅଧା ଆସନ ପାଇପାରେ । କର୍ଣ୍ଣାଟକରେ କଂଗ୍ରେସ ସରକାର ସତ୍ତ୍ୱେ ଦଳକୁ ଏତେ ସଫଳତା ମିଳିବନି । ତାମିଲନାଡୁରେ ଏଥର ବିଜେପି ଖାତା ଖୋଲିପାରେ । ପଶ୍ଚିମବଙ୍ଗରେ ବିଜେପି ଗତ ନିର୍ବାଚନରେ ୧୮ ଆସନ ପାଇଥିବା ବେଳେ ଏଥର ୨୨ ଆସନ ପାଇବ ବୋଲି ଆକଳନ କରାଯାଇଛି । ଓଡ଼ିଶାରେ ବିଜେପିକୁ ୧୫ ଆସନ ମଳିବ ବୋଲି ଅନେକ ସଂସ୍ଥା ଆକଳନ କରିଛନ୍ତି । ସବୁ ଜାତୀୟ ଗଣମାଧ୍ୟମର ଆକଳନ କହୁଛନ୍ତି, ଦେଶରେ ଲାଗାତାର ତୃତୀୟ ଥର ପାଇଁ ଏନଡିଏ ସରକାର ଗଢିପାରେ । ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆ ଏନଡିଏ ମେଣ୍ଟ ୪ଶହ ପାର କରିବ ବୋଲି ଆକଳନ କରିଛି ।