ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ଵାଇ: ବଲିଉଡର ମୋଷ୍ଟ ଏଲିଜେବଲ ବ୍ୟାଚଲର ଭାଇଜାନ ଆଜି ପାଳିବେ ତାଙ୍କର ୫୫ତମ ଜନ୍ମ ଦିବସ । ୧୯୬୫ ମସିହା ଡିସେମ୍ବର ୨୭ ରେ ଜନ୍ମଗ୍ରହଣ କରିଥିଲେ ସଲମାନ୍ ଖାନ୍ । ଅଭିନେତା, ଗାୟକ, ପ୍ରଯୋଜକ ତଥା ଉପସ୍ଥାପକ ଭାବେ ବେଶ୍ ପରିଚିତ ସଲମାନ ।
୧୯୮୮ ମସହାରେ ‘ବିୱି ହୋ ତୋ ଐସି’ ଫିଲ୍ମରେ ବଲିଉଡ୍ ଜଗତରେ ପାଦ ଥାପିଥିଲେ ସଲମାନ । ଏହା ପରେ ଫିଲ୍ମର ସୁଅ ଛୁଟିଥିଲା ସଲମାନଙ୍କ ପାଖକୁ । ମେନେ ପ୍ୟାର କିୟା, ହମ୍ ଆପକେ ହେ କନ୍, ହମ୍ ସାଥ୍ ସାଥ୍ ହେଁ, ପ୍ୟାର କିୟା ତୋ ଡରନା କ୍ୟା,ହମ୍ ଦିଲ୍ ଦେ ଛୁକେ ସଲମ୍, ପ୍ରେମ୍ ରତନ୍ ଧନ ପାଓ,ରେଡି, ତେରେ ନାମ, ଏକ୍ ଥା ଟାଇଗର, ଦବଙ୍ଗ, ୱାଣ୍ଟେଡ୍,ବଜରଙ୍ଗୀ ଭାଇଜାନ୍, ଭଳି ସୁପର୍ ହିଟ୍ ଫିଲ୍ମରେ ନିଚ୍ଛକ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି ଭାଇଜାନ ।ତେବେ ଆଗକୁ ମଧ୍ୟ ତାଙ୍କର ରାଧେ, ଅନ୍ତିମ- ଦ ଫାଇନାଲ ଟ୍ରୁଥ୍, କଭି ଇଦ୍ କଭି ଦିଓ୍ଵାଲୀ ଫିଲ୍ମ ରିଲିଜ ହେବାକୁ ଅଛି ।ତେବେ ଅନ୍ତିମ- ଦ ଫାଇନାଲ ଟ୍ରୁଥ୍ ସୁଟିଂରେ ବ୍ୟସ୍ତ ଅଛନ୍ତି ଦବଙ୍ଗ ହିରୋ ।
୩୦ ବର୍ଷର ଅଭିନୟ ଜୀବନରେ ସେ ଦର୍ଶକମାନଙ୍କ ଭଲପାଇବା ସହିତ ସାଉଣ୍ଟିଛନ୍ତି ଅନେକ ସମ୍ମାନଜନକ ପୁରସ୍କାର ।ନିଜର ପ୍ରଯୋଜନା ପାଇଁ ଜାତୀୟ ପୁରସ୍କାର, ଓ ଅଭିନୟ ପାଇଁ ସେ ୨ ଥର ଫିଲ୍ମଫେୟାର ଆଓ୍ଵାର୍ଡ ପାଇସାରିଛନ୍ତି । ତେବେ ବାର୍ଥ ଡେ ଅବସରରେ ସୋସିଆଲ୍ ମିଡିଆରେସଲ୍ଲୁଙ୍କ ନିକଟକୁ ତାଙ୍କ ଫ୍ୟାନ୍ସମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଛି ।