Sunstar TV :
ସୁସ୍ଥ ରହିବା ପାଇଁ ବିଛଣା ସହ ତକିଆ ସଫା ରହିବା ଉଚିତ୍ । ତକିଆ ପାଇଁ ଅନେକ ଲୋକଙ୍କୁ ନିଦ ମଧ୍ୟ ଭଲରେ ହୋଇନଥାଏ । ଲଗାତାର ତକିଆ ବ୍ୟବହାର କରିବା ଦ୍ୱାରା ଏହାର ସ୍ୱଚ୍ଛତା ନଷ୍ଟ ହୋଇଯାଏ । ଏହାଦ୍ୱାରା ରୋଗ ସୃଷ୍ଟି ହୋଇଥାଏ । ଅନେକ ଲୋକେ କେବଳ ତକିଆର ଖୋଳ ସଫା କରନ୍ତି । କିମ୍ବା ବଦଳାଇ ଥାଆନ୍ତି । ମାତ୍ର ଅଧିକ ଦିନ ଧରି ଗୋଟିଏ ତକିଆ ବ୍ୟବହାର ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ରୋଗ ଜାତ କରିଥାଏ । ତେବେ ମନରେ ପ୍ରଶ୍ନ ଆସୁଥିବ ଯେ କେତେ ଦିନରେ ତକିଆ ବଦଳାଇବା ଆବଶ୍ୟକ ଚାଲନ୍ତୁ ଜାଣିବା । ଅଧିକ ଦିନ ଧରି ତକିଆ ବ୍ୟବହାର କଲେ, ଏଥିରେ ବିଭିନ୍ନ ଜୀବାଣୁ ରହିଥାଆନ୍ତି । ଯାହା ନାକ ବାଟେ ଶରୀର ଭିତରକୁ ପ୍ରବେଶ କରିଥାଏ । ଫଳରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ । ଫଳରେ ବାରମ୍ବାର ରୋଗଗ୍ରସ୍ତ ହୋଇଥାଆନ୍ତି । ତ୍ୱଚାରେ ବାରମ୍ବାର ବ୍ରଣ ହେଉଥିଲେ, ଏହାର କାରଣ ତକିଆ ବୋଲି କୁହାଯାଏ ।
ଅଧିକ ଦିନ ଧରି ତକିଆ ବ୍ୟବହାର କଲେ, ତ୍ୱଚାରେ ବ୍ରଣ ହୋଇଥାଏ । ଅଳ୍ପ ଦିନରେ ତକିଆ ଖୋଳ ନିଶ୍ଚୟ ବଦଳାନ୍ତୁ । ବାରମ୍ବାର ଥଣ୍ଡା, ଜ୍ୱର, କାଶ, ତ୍ୱଚା ଜନିତ ସଂକ୍ରମଣ ହେଲେ ଏହା ତକିଆ ପାଇଁ ହୋଇଥାଏ । ଥଣ୍ଡା, ସଂକ୍ରମଣ ଜନିତ ରୋଗ ଲାଗି ରହିଲେ, ଏହାର କାରଣ ମଧ୍ୟ ତକିଆ ତକିଆରେ ଭାଙ୍ଗ ପଡିଲେ, ଅଧିକ ଟାଣ ଲାଗିଲେ ଏହାକୁ ବଦଳାଇ ଦିଅନ୍ତୁ । ତକିଆକୁ ମୋଡି ୩୦ ମିନିଟ ରଖନ୍ତୁ । ୩୦ ମିନିଟ ପରେ ମଧ୍ୟ ସିଧା ନହେଲେ ତକିଆ ନିଶ୍ଚୟ ବଦଳାଇ ଦିଅନ୍ତୁ । ପ୍ରତ୍ୟେକ ସପ୍ତାହରେ କିମ୍ବା ସପ୍ତାହକୁ ୨ ଥର ତକିଆ ଖୋଳ ବଦଳାଇ ଦିଅନ୍ତୁ ।