Sunstar TV :
ହୁତୁ ହୁତୁ ହୋଇ ଜଳୁଛି ରାଷ୍ଟ୍ରପତିଙ୍କର ଘର । ଋଷ୍ ରାଷ୍ଟ୍ରପତି ପୁଟିନ୍ଙ୍କ ଘର ସମ୍ପୂର୍ଣ୍ଣ ଜଳି ଯାଇଛି । ୟୁକ୍ରେନ୍ ନିଆଁ ଲଗାଇଥିବା ଅଭିଯୋଗ । ଜଳିଗଲା ଋଷ୍ ରାଷ୍ଟ୍ରପତି ଭାଦିମିର୍ ପୁଟିନ୍ଙ୍କ ଘର । ସାଇବେରିଆର ଅଲ୍ତାଇ ପର୍ବତ ଉପରେ ଥିଲା ଋଷ୍ ରାଷ୍ଟ୍ରପତିଙ୍କର ଏକ ବିରାଟ ଘର, ଯାହା ଆଜି ନିଆଁରେ ଜଳିଯାଇଛି । ଏହି ଘରେ ନିଆଁ କିପରି ଲାଗିଲା, କିଏ ଲଗେଇଲା ତାହା ଏକ ରହସ୍ୟ । କିନ୍ତୁ ଏନେଇ ୟୁକ୍ରେନ ଉପରେ ଦୋଷ ଲଗାଯାଉଛି । ଏହା ହେଉଛି ସେହି ଘର, ଯେଉଁଠାରେ ପୁଟିନ ଇଟାଲିର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍ଭିଓ ବର୍ଲୁସ୍କୋନିଙ୍କୁ ଅତିଥି ସେବା ପ୍ରଦାନ କରିଥିଲେ ।
ଶୁଣିବାକୁ ମିଳେ, ଏହି ଘରେ ଅନେକ ଟନେଲ ଅଛି ଯାହା ଲୁଚିବା ପାଇଁ କରାଯାଇଛି। ତା’ସହ ଏହି ସ୍ଥାନରେ ପୁଟିନ ଏବଂ ତାଙ୍କ ପରିବାରକୁ ସୁରକ୍ଷିତ ରଖିବା ପାଇଁ ହାଇ-ଟେକ୍ ବଙ୍କର ମଧ୍ୟ ନିର୍ମାଣ କରାଯାଇଛି । ଯାହାଦ୍ୱାରା ପରମାଣୁ ଯୁଦ୍ଧ ସମୟରେ ସେମାନେ ସୁରକ୍ଷିତ ରହିପାରିବେ । ଏଠାରେ ପୁଟିନ ଆୟୁର୍ବେଦୀୟ ସ୍ନାନ କରୁଥିଲେ । ଗ୍ଲାଜ ପ୍ରୋମୋ ଏହାର ରକ୍ଷଣାବେକ୍ଷଣର ଦାୟିତ୍ୱ ନେଇଥିଲା । ହେଲେ ଘର ଭିତରେ ନିଆଁ ଲାଗି କେତେ କ୍ଷୟକ୍ଷତି ହୋଇଛି, ତାହା ଜଣାପଡିନାହିଁ । କିନ୍ତୁ ନିଆଁ ବହୁତ ଭୟଙ୍କର ଲାଗିଛି । ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣାପଡ଼ିନାହିଁ । କିନ୍ତୁ କିଛି ଲୋକଙ୍କ କହିବା ହେଲା, ୟୁକ୍ରେନ ଏହି କାମ କରିପାରିବ । କାରଣ, ଋଷ୍ ୟୁକ୍ରେନରେ ବହୁ ବିନାଶ ଘଟାଇଛି । ଏହି ସ୍ଥାନଟି ଗୋଟେ ବଙ୍କର ଭଳି ଟାଇଟ୍ ସିକ୍ୟୁରିଟିରେ ପୁରା ସୁରକ୍ଷିତ । ଏଠାକୁ କୌଣସି ସାଧାରଣ ଋଷ୍ ନାଗରିକ ଯାଇପାରିବେ ନାହିଁ । ଏହାର ଚାରିପାଖରେ କଡା ସୁରକ୍ଷାର ବଳୟ ରହିଛି । ଏହା ସତ୍ତ୍ୱେ ନିଆଁ କିପରି ଲାଗିଲା, ତାହା ମଧ୍ୟ ବୁଝା ପଡୁନି ।