Sunstar TV
ଭୁବନେଶ୍ୱର : ଏବେ ରଜ ଆସୁଛି , ରଜ ପାନ ବେପାର ଖୁବ୍ ଜମିବ। ଏଥର ରଜରେ ଆପଣ ବି ପାନ ଖାଇବେ , ହେଲେ ସମସ୍ତଙ୍କ ପ୍ରିୟ ଧୂଆଁ ପାନ ମାନେ ଫାୟାର ପାନ ପ୍ରତି ସାବଧାନ ଥିବେ । ଆଇସକ୍ରିମ ଓ ଫାୟାର ପାନରେ ବ୍ୟବହାର ହେଉଥିବା ଲିକୁଇଡ଼ ନାଇଟ୍ରୋଜେନ ଆପଣଙ୍କ ଶରୀର ପାଇଁ କେତେ କ୍ଷତିକାରୀ କଣ ଆପଣ ଜାଣନ୍ତି,
ଖାଦ୍ୟ ପଦାର୍ଥ କୁ ଆକର୍ଷଣୀୟ କରିବା ପାଇଁ ଲୋକେ ବିଭିନ୍ନ କେମିକାଲ ର ପ୍ରୟୋଗ କରୁଛନ୍ତି ଯାହାକି ଅନେକ ରୋଗର କାରଣ ହେଉଛି । ସେହି କେମିକାଲ ମଧ୍ୟରୁ ଗୋଟିଏ ହେଲା ଲୀକୁଇଡ ନାଇଟ୍ରୋଜେନ ।
ଲିକୁଇଡ ନାଇଟ୍ରୋଜେନ କଣ ? –
ଲିକୁଇଡ ନାଇଟ୍ରୋଜେନ କୁ ଜାଣିବା ପୂର୍ବରୁ ନାଇଟ୍ରୋଜେନ କୁ ଜାଣି ନେବା ଜରୁରୀ। ଆମ ବାୟୁମଣ୍ଡଳ ରେ ଭରପୁର ମାତ୍ରା ରେ ନାଇଟ୍ରୋଜେନ ରହିଛି । ପୃଥିବୀ ର ପାଖାପାଖି ୮ ଭାଗ ନାଇଟ୍ରୋଜେନ ଗ୍ୟାସ ରେ ଭରି ରହିଛି। ଏହା ଗୋଟିଏ ରଙ୍ଗହୀନ ଓ ସ୍ୱାଦ ହୀନ ଗ୍ୟାସ ଅଟେ । ଯେତେବେଳେ ନାଇଟ୍ରୋଜେନ ର ତାପମାତ୍ରା ୧୯୫.୮ ଡିଗ୍ରୀ ତଳକୁ ଚାଲି ଯାଇଥାଏ ସେତେବେଳେ ଏହି ଗ୍ୟାସ ଟି ତରଳ ଭାବରେ ପରିବର୍ତନ ହୋଇଥାଏ । ଏବଂ ବର୍ତମାନ ଏହି ଗ୍ୟାସ କୁ ଅପ୍ରାକୃତିକ ଭାବରେ ପରିବର୍ତ୍ତନ କରାଯାଉଛି ।
* କେଉଁସବୁ ଖାଦ୍ୟରେ ବ୍ୟବହାର ହେଉଛି ନାଇଟ୍ରୋଜେନ ଲୀକୁଇଡ -:
– ଆଇସକ୍ରିମ କୁ ଅଧିକ ଆକର୍ଷଣୀୟ କରିବା ପାଇଁ ନାଇଟ୍ରୋଜେନ ଲିକୁଇଡ ର ବ୍ୟବହାର ହେଉଛି , ଯାହାକି ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।
– ନାଇଟ୍ରୋଜେନ୍ ଲୀକୁଇଡ ର ବ୍ୟବହର ଆଜିକାଲିର ଟ୍ରେଣ୍ଡ ପାଲଟିଥିବା ବେଳେ , ଏହାର ବହୁଳ ବ୍ୟବହାର ଫାୟାର ପାନରେ ମଧ୍ୟ ହୋଇଥାଏ, ଯାହାର ଛୋଟ ପିଲାଙ୍କ ଠାରୁ ବଡ଼ ଙ୍କ ପର୍ଯ୍ୟନ୍ତ ସମସ୍ତେ ଖାଇବାକୁ ପାଗଳ ।
– ଏହାଛଡା ନାଇଟ୍ରୋଜେନ ଲୀକୁଇଡର ବ୍ୟବହାର କକଟେଲ, ମକଟେଲ କୁ ଆକର୍ଷିତ କରିବା ପାଇଁ ବ୍ୟବହାର କରାଯାଉଛି ।
* ସ୍ୱାସ୍ଥ୍ୟ ପାଇଁ କାହିଁକି ବିପଦ -:
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଲୀକୁଇଡ ନାଇଟ୍ରୋଜେନ ସେବନ କରିବା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ର କାରଣ ହୋଇପାରେ, ଲୀକୁଇଡ ନାଇଟ୍ରୋଜେନ କୁ ବିଶେଷ ଭାବରେ ଖାଦ୍ୟ ସାମଗ୍ରୀ ରେ ଧୂଆଁ ର ବ୍ୟବହାର ପାଇଁ କରାଯାଇ ଥାଏ । ଯାହାଦ୍ୱାରା ଖାଦ୍ୟ ପଦାର୍ଥ ଆକର୍ଷଣୀୟ ଦେଖା ଯାଇଥାଏ ଓ ଲୋକେ ଖାଇବାକୁ ଅଧିକ ଇଚ୍ଛା ପ୍ରକାଶ କରି ଥାଆନ୍ତି । କିନ୍ତୁ ଏହି ପଦାର୍ଥ ଟି ପେଟ କୁ କଣା କରିବାରେ ପଛାଇ ନଥାଏ । ଯେପରିକି ପେଟରେ ଯନ୍ତ୍ରଣା, ଛାତି ଜଳା ପୋଡା ହେବା ମହିଳାଙ୍କ କ୍ଷେତ୍ରରେ ଋତୁ ଶ୍ରାବରେ ଅନିୟମିତତା, ଚୁଟି ଝ଼ଡିବା ଏବଂ ପେଟ ଭିତରୁ ରକ୍ତସ୍ରାବ ର କାରଣ ମଧ୍ୟ ହୋଇଥାଏ ।