ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଡିସେମ୍ଵର ୩୧ରେ କେନ୍ଦ୍ରୀୟ ଶିକ୍ଷା ପରିଷଦ (CBSE) ଦ୍ଵାରା ପରିଚାଳିତ ଦଶମ ଓ ଦ୍ଵାଦଶ ପରୀକ୍ଷା ତାରିଖ ଘୋଷଣା କରିବେ କେନ୍ଦ୍ର ସରକାର । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ । ଆସନ୍ତା ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୬ଟାରେ ସେ ସିବିଏସ୍ଇ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି କହିଛନ୍ତି ପୋଖରିୟାଲ । ୨୦୨୧ରେ କେଉଁ ତାରିଖରେ କେଉଁ କେଉଁ ପରୀକ୍ଷା କେବେ ହେବ ଏନେଇ ସେହି ଦିନ ହିଁ ଘୋଷଣା କରାଯିବ ।
କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ପରୀକ୍ଷା ଗୁଡିକ ବିଳମ୍ଵିତ ହୋଇଛି । କେବେ ପରୀକ୍ଷା ହେବ ସେ ନେଇ ମଧ୍ୟ କୌଣସି ତଥ୍ୟ ସଠୀକ ଭାବେ ପ୍ରକାଶ ପାଉନ ଥିଲା । ଏଭଳି ପରିସ୍ଥିତିରେ ଶିକ୍ଷାମନ୍ତ୍ରୀଙ୍କ ଟ୍ଵୁଟ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ଆଶ୍ଵସ୍ତି ପ୍ରଦାନ କରିଛି।
📢Major announcements for students & parents!
I will announce the date when the exams will commence for students appearing for #CBSE board exams in 2021.
Stay tuned. pic.twitter.com/Lvp9Lf0qsT
— Dr. Ramesh Pokhriyal Nishank (@DrRPNishank) December 26, 2020