SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ବଲିଉଡ ଜଗତକୁ ନେଇ ସବୁବେଳେ କିଛି ନା କିଛି ଚର୍ଚ୍ଚା ଲାଗିରହିଛି । କେତେବେଳେ କିଏ ବିବାହ ବନ୍ଧନରେ ବାନ୍ଧି ହେଉଛି ତା ପୁଣି କେତେବେଳେ କାହା ସମ୍ପର୍କରେ ଫାଟ ସୃଷି ହେଉଛି । ଯାହାକୁ ନେଇ ସବୁବେଳେ ଲାଗିରହୁଛି ଚର୍ଚ୍ଚା । ତେବେ ଏହାରି ଭିରେରେ ବଲିଉଡ ଜଗତକୁ ନେଇ ଆସିଛି ଆଉ ଏକ ବଡ ଖବର । ଯାହାକୁ ଜାଣିବା ପରେ ଫ୍ୟାନ୍ସମାନେ ଚମକି ଯାଇଛନ୍ତି । ତେବେ ବଲିଉଡର ଚୁଲବୁଲି ନାୟିକା ଅନନ୍ୟା ପାଣ୍ଡେ ତାଙ୍କର ଶେଷ ଚଳଚ୍ଚିତ୍ର ‘ଖୋ ଗୟେ ହମ୍ କାହାଁ’ରେ ଅଭିନୟ କରିଥିଲେ। ଯାହାକି ଦର୍ଶକଙ୍କ ହୃଦୟ ଜିତିବା ସହ ବକ୍ସ ଅଫିସରେ କରିଥିଲା ଧମାଲ । ସେହି ଫିଲ୍ମରେ ସେ ତାଙ୍କ ପ୍ରେମିକାକୁ ସହଜରେ ଭୁଲି ପାରିନଥିଲେ। ଚଳଚ୍ଚିତ୍ରର ପ୍ରମୋସନ ସମୟରେ ଅନନ୍ୟା ପାଣ୍ଡେ ପ୍ରକାଶ କରିଥିଲେ ଯେ ସେ ବାସ୍ତବ ଜୀବନରେ ସେ ଠିକ ଏହିପରି । ଆଉ ସେ ତାଙ୍କ ରିଲେସନଶିପ୍ କୁ ନେଇ ମଧ୍ୟ ବହୁତ ପଯେସିଭ ଥିଲେ ।
ନେହେ ଧୁପିଆଙ୍କ ସୋ ‘ନୋ ଫିଲ୍ଟର ନେହା’ରେ ଅନନ୍ୟାଙ୍କୁ ତାଙ୍କ ରିଲେସନଶିପ୍ ବିଷୟରେ କିଛି କହିବାକୁ କୁହାଯାଇଥିଲା। ଯାହା ସେ ପୂର୍ବରୁ କେବେ ବି କହି ନ ଥିଲେ। ତା’ପରେ ଅନନ୍ୟା କହିଥିଲେ, ମୋ ପାର୍ଟନର ଫୋନ୍ ଉଠାଉ ନଥିଲେ। ଯାହାଫଳରେ ମୁଁ ବହୁତ ରାଗି ଯାଉଥିଲି । ଫଳରେ ମୁଁ ମୋ ବୟଫ୍ରେଣ୍ଡକୁ ୫୦-୭୫ ଥର କଲ କରି ଦେଇଥିଲି । ମୋର ଏକ ସମସ୍ୟା ଅଛି । ମୁଁ ସେହି ପ୍ରକାରର ବ୍ୟକ୍ତି ଯିଏକି ସେହି ମିନିଟରେ ଯେକୌଣସି ସମସ୍ୟାର ସମାଧାନ ହେବା ଉଚିତ୍ । କାରଣ ମୁଁ ଲୋକମାନଙ୍କୁ ସମୟ ଦେବାକୁ ପସନ୍ଦ କରେନି । ମୁଁ ଜାଣିଛି ଏହା ଜମା ବି ଏକ ଭଲ ଅଭ୍ୟାସ ନୁହେଁ । ଅନନ୍ୟା ଆହୁରି ମଧ୍ୟ କହିଥିଲେ ଯେ ମୋ ବୟଫ୍ରେଣ୍ଡଙ୍କୁ ‘ଡ୍ରାମାଟିକ୍ ଜିନିଷ’ ବହୁତ ପସନ୍ଦ ।
ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ରୟ କପୁରଙ୍କ ସମ୍ପର୍କ ଥିବା ଖବର ଦୀର୍ଘ ଦିନ ଧରି ଗଣମାଧ୍ୟମରେ ଚାଲିଥିଲା। ଅନେକ ସମୟରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳେ କିନ୍ତୁ ଏହି ମାସ ଆରମ୍ଭରେ ସେମାନଙ୍କ ବ୍ରେକଅପ୍ ଖବର ସାମ୍ନାକୁ ଆସିଥିଲା। ଅନନ୍ୟା ପାଣ୍ଡେ ଇନଷ୍ଟାଗ୍ରାମରେ ଏକ କ୍ରିପ୍ଟିକ୍ ପୋଷ୍ଟ କରିଥିଲେ, ଯାହା ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତାଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଥିଲେ ଯେ ଦୁହେଁ ବ୍ରେକ୍ଅପ କରିଛନ୍ତି।