SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ରାଜ୍ୟ ତଥା ଦେଶରେ ଜାରୀ ରହିଛି ଗ୍ରୀଷ୍ମ ଲହରୀ । ଫଳରେ ତତଲା ତାୱାରେ ଭାଜି ହେଉଛନ୍ତି ଲେକେ । ଏହି ଖରା ଗରମକୁ ସହ୍ୟ କରି ନପାରି ପୋକମାଛି ପରି ଚାଲିଯାଉଛି ଲୋକଙ୍କ ଜୀବନ । ରାଜ୍ୟରେ ଗରମ ପାଇଁ ୧୪ ଜଣଙ୍କ ଜୀବନ ଦୀପ ଲିଭି ଯାଇଛି । ଯାହାକୁ ନେଇ ସାରା ରାଜ୍ୟରେ ଖେଳିଯାଇଛି ଚାଞ୍ଚଲ୍ୟ । ତେବେ ସୁନ୍ଦରଗଡ ଜିଲ୍ଲାରେ ୧୪ ଜଣଙ୍କ ଅସ୍ୱାଭିକ ମୃତ୍ୟୁ ହୋଇଛି । ଗତକାଲି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ହିଟ୍ ୱେଭ୍ ପାଇଁ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସିଡିଏମଓ । ତେବେ ଗତକାଲି ସାଢେ ୬ ଘଣ୍ଟା ମଧ୍ୟରେ ରାଉଲକେଲା ହସ୍ପିଲାକୁ ଆସିଥିଲା ୧୦ଟି କେସ ଯେଉଁଥିରୁ ୮ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ହସ୍ପିଟାଲରେ ପହଞ୍ଚିବାପରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।ଏନେଇ ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ । ସେ କହିଛନ୍ତି ହିଟ୍ ୱେଭ ପାଇଁ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ତେବେ ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କରାଣ ଜଣାପଡିବ । ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ କିଛି ଲୋକଙ୍କ ପରିଚୟ ମିଳିଥିବା ବେଳେ କିଛି ଲୋକଙ୍କ ପରିଚୟ ଏଯାବତ୍ ମିଳିପାରି ନାହିଁ । କାରଣ ସେମାନଙ୍କୁ ରାଉକେଲା ବସ୍ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଅନ୍ୟପକ୍ଷରେ ଯେଉଁମାନଙ୍କ ପରିବାର ଲୋକେ ଡାକ୍ତରଖାନାରେ ଉପସ୍ଥିତ ରହିଥିଲେ, ସେମାନଙ୍କ କହିବା ଅନୁଯାୟୀ ପ୍ରବଳ ଖରା ଯୋଗୁ ଏଭଳି ଘଟଣା ଘଟିଛି। ୨/୩ ଜଣ ମୃତକ ରାଉରକେଲାର ବସ୍ତି ଅଞ୍ଚଳର। ସେମାନଙ୍କ ପରିବାର ଲୋକଙ୍କ କହିବା କଥା ହେଲା, ପ୍ରବଳ ଖରା ଓ ଗୁଳୁଗୁଳି ସାଙ୍ଗକୁ ବିଦ୍ୟୁତ୍ କାଟ ଯୋଗୁ ଏହି ଘଟଣା ଘଟିଛି। ରାଜ୍ୟରେ ଆଜି ବି କଲବଲ କରିଛି ତାତି । ଅସହ୍ୟ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା। ଆଜି ୪୭ ଡିଗ୍ରୀ ଛୁଇଁଛି ଝାରସୁଗୁଡ଼ାର ପାରଦ। ଝାରସୁଗୁଡ଼ା ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଚଳିତ ସିଜନର ଏହା ହେଉଛି ସର୍ବୋଚ୍ଚ ଦିନ ତାପମାତ୍ରା।
କେବଳ ରାଜ୍ୟ ନୁହେଁ ଦେଶରେ ମଧ୍ୟ ଏହି ଗରମ ପାଇଁ ଲୋକଙ୍କ ଜୀବନ ଯାଇଛି । ସାରା ଦେଶରେ ଏହି ଗରମ ପାଇଁ ୨୫୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ବିହାର ଏବଂ ଉତ୍ତର ପ୍ରଦେଶରେ ୨୩୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଗ୍ରୀଷ୍ଟ ପ୍ରବାହ ସାଙ୍ଗକୁ ହେଉଥିବା ଗୁଳୁଗୁଳି ପାଇଁ ଲୋକଙ୍କ ଜୀବନ ଯାଉଛି । ଚଳିତ ଥର ସବୁ ରେକର୍ଡ ପାର କରିଛି ଗ୍ରୀଷ୍ମ ତାତି । ଫଳରେ ତତଲା ତାୱାରେ ଭାଜି ହେଉଛନ୍ତି ଲୋକେ । ତେବେ ଆହୁରି ଦୁଇ କି ତିନିଦିନ ଏହି ଖରା ଗରମ ଅନୁଭବ ହେବ । ସେପଟେ ଗତକାଲି ମୌସୁମୀ ବାୟୁ କେରଳ ଛୁଇଁଛି । ଆସନ୍ତା ଜୁନ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ଓଡିଶାରେ ମୌସୁମୀର ଆଗମନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଲିଛି ।