SunstarTV
ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ପ୍ରଜ୍ବଳ ରେଭନ୍ନାଙ୍କୁ ଗିରଫ କରାଯାଇଛି । ଯୌନ ନିର୍ଯାତନା ନେଇ ପ୍ରଜ୍ବଳଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଥିଲା । କେବଳ ବଳାତ୍କାର ନୁହେଁ, ତାଙ୍କ ଯୌନ ନିର୍ଯାତନାରେ ଶିକାର ମହିଳାଙ୍କୁ ସେ ବ୍ଲାକମେଲ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।
ତେବେ ଅଶ୍ଳୀଳ ଭିଡ଼ିଓ ମାମଲାରେ SIT ଟିମ ପ୍ରଜ୍ବଳଙ୍କୁ ଗିରଫ କରିଛି। ଜର୍ମାନୀରୁ ଫେରିବା ପରେ ବେଙ୍ଗାଲୁରୁ ଏୟାରପୋର୍ଟରୁ ପ୍ରଜ୍ବଳ ରେଭନ୍ନାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଯୈାନ ନିର୍ଯାତନା ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଥିଲେ । ଆଉ ୩୪ ଦିନ ପରେ ସେ ବେଙ୍ଗାଲୁରୁ ଫେରିବା ପରେ ଗିରଫ ହୋଇଛନ୍ତି । ଆଜି କୋର୍ଟରେ ତାଙ୍କୁ ହାଜର କରାଯିବ। ଏବେ ତାଙ୍କୁ ସିଆଇଡି କାର୍ଯ୍ୟାଳୟକୁ ନିଆଯାଇଛି ଏବଂ ଆଜି ତାଙ୍କୁ ପଚରାଉଚରା କରାଯାଉଛି ।
ଡାକ୍ତରୀ ମାଇନା ପରେ ପ୍ରଜ୍ବଳଙ୍କୁ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯିବ । SIT ଟିମ ତାଙ୍କୁ ରିମାଣ୍ଡ ଓ ହେପାଜତରେ ନେବାକୁ ଆବେଦନ କରିପାରେ । ସେକ୍ସ ସ୍କାଣ୍ଡାଲର ଭାଇରାଲ ଭିଡିଓ ଏବଂ ଅଡିଓ ନମୁନା ଯାଞ୍ଚ କରାଯିବ ।