SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଗତକାଲି ଶ୍ରୀ କ୍ଷେତ୍ରରେ ଘଟିଯାଇଛି ଏକ ବଡ ଅଘଟଣ । ଯାହାକି ସାରା ରାଜ୍ୟ ସହ ସମଗ୍ର ଦେଶରେ ଖେଳାଇ ଦେଇଛି ଚାଞ୍ଚଲ୍ୟ । ଗତକାଲି ମହାପ୍ରଭୁଙ୍କ ଚାପ ଖେଳ ସମୟରେ ନରେନ୍ଦ୍ର ପୋଖରୀ ନିକଟରେ ଘଟିଥିଲା ଭୟଙ୍କର ବାଣ ବିସ୍ଫୋରଣ । ଫଳରେ ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରେ ଜଣେ ନାବାଳକ ମଧ୍ୟ ରହିଛନ୍ତି । ସେହିପରି ୩୫ରୁ ଅଧିକ ଶ୍ରଦ୍ଧାଳୁ ଗୁରତର ଆହାତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ପୁରୀର ଏହି ବାଣ ବିସ୍ଫୋରଣ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ସୋସିଆଲ ମିଡିଆ ଏକ୍ସରେ ଘଟଣା ସମ୍ପର୍କରେ ପୋଷ୍ଟ କରିବା ସହ ମୃତକଙ୍କ ପରିବାକୁ ଜଣାଇଛନ୍ତି ସମବେଦନା ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ପୋଷ୍ଟରେ ଏହା କହିଛନ୍ତି ଯେ” ପୁରୀ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟି କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଜାଣି ମୁଁ ଦୁଃଖିତ । “ ମୃତକଙ୍କ ଶୋକସନ୍ତପ ପରିବାରକୁ ମୁଁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।
ଅନ୍ୟପକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହତଙ୍କୁ ଭେଟିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଯାଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ବିଷୟରେ ପଚାରି ବୁଝିଛନ୍ତି । ଏଥିସହିତ ଚିକିତ୍ସା ବ୍ୟବସ୍ଥା ବିଷୟରେ ମଧ୍ୟ ବରିଷ୍ଠ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ବାଣ ପୋଡି ଘଟଣାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାଣପୋଡି ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି । ତେବେ ଏହି ବାଣ ବିସ୍ଫୋରଣ ଘଟଣାରେ ଏଯାବତ୍ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଲେକେ ଗୁରୁତର ଆହତ ହୋଇଛନ୍ତି ।