Sunstar TV :
ଏଣିକି ଜେଲ୍ ଭିତରେ ବି ହୋଇପାରିବ ରୋମାନ୍ସ । ଜେଲରେ ଥାଇବି କରିପାରିବେ ପୁରା ଫିଲ୍ମ ଷ୍ଟାଇଲରେ ରୋମାନ୍ସ । କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଦମ୍ ସତ । ଖୁବଶୀଘ୍ର ଭାରତରେ ଏପରି ନିୟମ ଲାଗୁ ହେବାକୁ ଯାଉଛି । ଜେଲ୍ ଭିତରେ ରହିଥିବା କଏଦୀ ଏଣିକି ନିଜ ଜୀବନସାଥୀଙ୍କ ସହ ରଖିପାରିବେ ଶାରିରୀକ ସମ୍ପର୍କ । ଏଥିପାଇଁ କଏଦୀଙ୍କୁ ଦିଆଯିବ ଦୁଇ ଘଣ୍ଟା ସମୟ । ଏଭଳି ନିୟମ ଆଣିଛନ୍ତି ପଞ୍ଜାବ ସରକାର । ପଞ୍ଜାବ ସରକାର କହିଛନ୍ତି ଯେ ପ୍ରତ୍ୟେକ କଏଦୀଙ୍କୁ ତାଙ୍କର ଦାମ୍ପତ୍ୟ ଜୀବନ ଉପଭୋଗ କରିବା ପାଇଁ ୨ମାସରେ ଥରେ ଦିଆଯିବ । ଏଥିପାଇଁ ଦିନକୁ ୨ଘଣ୍ଟା ସମୟ ଦିଆଯିବ । ତେବେ ପଞ୍ଜାବ ସରକାରଙ୍କର ଏଭଳି ନିଷ୍ପତ୍ତ୍ିକୁ ନେଇ ଚାରିଆଡେ ଆଲୋଚନା ହେଉଛି । ହେଲେ ଏହାକୁ ନେଇ ପଞ୍ଜାବ ସରକାର କହିଛନ୍ତି ଯଦି କଏଦୀମାନଙ୍କ ପାଇଁ ଏଭଳି ବ୍ୟବସ୍ଥା କରାନଯାଏ ତେବେ କଏଦୀମାନେ ମାନସିକ ଭାରସାମ୍ୟ ହରାଇ ବସିବେ । ତେଣୁ ଏହି ବ୍ୟବସ୍ଥା କଏଦୀଙ୍କ ମାନସିକ ଅବସ୍ଥାକୁ ଠିକ ରଖିବା ସହିତ ଦାମ୍ପତ୍ୟ ଜୀବନକୁ ଆଗକୁ ନେଇ ପାରିବ । ଏହାତ ସମସ୍ତେ ଜାଣିଛନ୍ତି ଯେ ଜଣେ ବ୍ୟକ୍ତି କଏଦୀ ହେବା ପରେ ତା ଉପରେ ମାନସିକ ନିର୍ଯାତନା କେତେ ବଢିଯାଏ । କିଭଳି ତା ଉପରେ ବିତିଥାଏ । ଆଉ ଯେଉଁଥିପାଇଁ ସେ କିଛି କଏଦୀ ମାନସିକ ଭାରସାମ୍ୟ ହରାଇ ବସାନ୍ତି । ତେଣୁ କଏଦୀମାନେ କିଭଳି ମାନସିକ ସ୍ତରରେ ସୁସ୍ଥରେ ରହିବେ ସେ ନେଇ ପଞ୍ଜାବ ସରକାର ନେଇଛନ୍ତି ଏଭଳି ପଦକ୍ଷେପ । ତେବେ କେଉଁ କଏଦୀଙ୍କୁ ଏଭଳି ସୁବିଧା ମିଳିବ ଚାଲନ୍ତୁ ଜାଣିବା । ଜଣେ ମହିଳା/କିମ୍ବା ପୁରୁଷଙ୍କୁ ପ୍ରଥମେ କଏଦୀଙ୍କ ସହ ତାଙ୍କର ବିବାହ ହୋଇଛି ବୋଲି ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସେହିପରି ସେ ଏଚଆଇଭି କିମ୍ବା ଅନ୍ୟ ଯୌନ ସଂକ୍ରମଣ ରୋଗରେ ଆକ୍ରାନ୍ତ ନ ଥିବା ରିପୋର୍ଟ ଦେଖାଇବେ। ଏଥିସହ କୋଭିଡ୍ ନେଗେଟିଭ ରିପୋର୍ଟ ମଧ୍ୟ ସାଙ୍ଗରେ ଆଣିବାକୁ ପଡ଼ିବ। ଏହାକୁ ଯାଞ୍ଚ କରିବା ପରେ ହିଁ ଜଣେ ପୁରୁଷ କିମ୍ବା ମହିଳାଙ୍କୁ ଜେଲରେ ଥିବା ତାଙ୍କ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ଦେଖା କରିବାକୁ ଅନୁମତି ମିଳିବ।