SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ବଲିଉଡ ଜଗତର ଚୁଲବୁଲି ନାୟିକା ଥିଲେ ଶ୍ରୀଦେବି । ଯାହାଙ୍କ ଠାରୁ ଅଭିନୟ ଶିଖିଛନ୍ତି ବି -ଟାଉନର ଅନେକ ଅଭିନେତ୍ରୀ । ସେ ଆଜି ଏ ଦୁନିଆରେ ନାହାନ୍ତି ସତ, କିନ୍ତୁ ତାଙ୍କର ଅଭିନୟ ଆଜିବି ଅନେକଙ୍କ ହୃଦୟରେ ବଞ୍ଚି ରହିଛି । ତାଙ୍କ ଯାଦୁକରୀ ଅଭିୟନ କେତେ ପ୍ରେମୀ ଯୁଗଳଙ୍କୁ ପ୍ରେମରେ ବାନ୍ଦିଛି ତ ଆଉ କେତେବେଳେ ଦର୍ଶକଙ୍କୁ କନ୍ଦାଇ ଦେଇଛି । ତେବେ ୪ ଦଶକ ଧରି ନିଜର ରୂପ ଏବଂ ଅଭିନୟରେ ଦଶର୍କଙ୍କୁ ବାନ୍ଧି ରଖିଥିଲେ ଶ୍ରୀଦେବି । ସେହି ସମୟରେ ଅଭିନେତେରୀ ଶ୍ରୀଦେବି ଅନେକ ନାମୀଦାମୀ କଳାକାରଙ୍କ ସହ ଅଭିନୟ କରିଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବଲିଉଡରରେ ଏମିତି ଜଣେ କଳାକାର ଅଛନ୍ତି ଯାହାଙ୍କ ସହ ଅଭିନୟ କରିବାକୁ ରୋକଠୋକ ମନା କରନ୍ତି ଚୁଲୁବୁଲି ନାୟିକା । ତାଙ୍କ ନାଁ ଶୁଣିଳେ ଶ୍ରୀଦେବି ଫିଲ୍ମ ଛାଡିଦେବାକୁ ନିଷ୍ପତ୍ତି ମଧ୍ୟ ନେଉଥିଲେ । ଫଳରେ ବାଧ୍ୟ ହୋଇ ଫିଲ୍ମ ମେକର ହିରୋଙ୍କୁ ବଦଳାଉଥିଲେ । ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କିଏ ସେହି ଅଭିନେତା ଯାହଙ୍କ ନାଁ ଶୁଣିଲେ ରାଗି ଯାଉଥିଲେ ଶ୍ରୀଦେବି । ଏପରିକି ଫିଲ୍ମ ମଧ୍ୟ ଛାଡି ଦେଉଥିଲେ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଘଟଣାରେ ବିଷୟରେ ।
ଶ୍ରୀଦେବିନିଜ ଫିଲ୍ମ କ୍ୟାରିଅରର ୪୦ ବର୍ଷ ମଧ୍ୟରେ ସେହି ହିରୋ ସହ କରିଛନ୍ତି ମାତ୍ର ଗୋଟିଏ ଫିଲ୍ମ। ଯାହାକି ହୋଇଥିଲା ବ୍ଲକବଷ୍ଟର।କାହାଣୀ ୧୯୮୩ ମସିହାର… ଫିଲ୍ମ ହିମତବାଲାର ସୁଟିଂ କରୁଥିଲେ ଶ୍ରୀଦେବୀ। ଏହି ଖବର ଶୁଣି ତାଙ୍କୁ ଭେଟିବାକୁ ସୁଟିଂ ସେଟରେ ପହଞ୍ଚିଥିଲେ ସଞ୍ଜୟ ଦତ୍ତ। ସେତେବେଳେ ମେକଅପ୍ ରୁମରେ ଥିଲେ ଶ୍ରୀଦେବୀ। ନିଶାରେ ଚୁର୍ ହୋଇ ଜୋର କବାଟକୁ ପିଟିଥିଲେ ଅଭିନେତା। ସଞ୍ଜୟ ନିଶାସକ୍ତ ଅବସ୍ଥାରେ ଥିବା ଜାଣିପାରି କବାଟ ଖୋଲି ନଥିଲେ ଶ୍ରୀଦେବୀ। ଏଥିରେ ରାଗି ଯାଇ ଆହୁରି ଜୋରରେ କବାଟକୁ ପିଟିବାକୁ ଲାଗିଲେ ସଞ୍ଜୟ। ଶେଷରେ କବାଟ ଖୋଲିଲେ ଅଭିନେତ୍ରୀ। ସେତେବେଳକୁ ରାଗିସାରିଥିଲେ ସଞ୍ଜୟ। ଆଉ ଶ୍ରୀଦେବୀଙ୍କୁ କରିଥିଲେ ଗାଳିଗୁଲଜ।
ଏହା ପରଠାରୁ ସଞ୍ଜୟ ଦତ୍ତଙ୍କୁ ନେଇ ଶ୍ରୀଦେବୀଙ୍କ ମନରେ ସୃଷ୍ଟି ହୋଇଥିଲା ଘୃଣା ଭାବ। ଅଭିନେତାଙ୍କ ସହ କେବେ ଫିଲ୍ମ ନକରିବାକୁ ରାଣ ଖାଇଥିଲେ ଶ୍ରୀଦେବୀ। ସେବେଠାରୁ ସଞ୍ଜୟଙ୍କ ସହ କୌଣସି ଫିଲ୍ମ କରିବାକୁ ଅଫର ମିଳିଲେ ସଫାସଫା ମନା କରିଦେଉଥିଲେ ଅଭିନେତ୍ରୀ। ସଞ୍ଜୟଙ୍କୁ ନେଇ ୧୦ ବର୍ଷ ପର୍ଯ୍ୟନ୍ତ ଶ୍ରୀଦେବୀଙ୍କ ମନରେ ଥିଲା ଏପରି ଭୟ। ହେଲେ ଶେଷରେ ମହେଶ ଭଟ୍ଟଙ୍କ ଫିଲ୍ମ ଗୁମରାହରେ ଦୁହେଁ ଏକା ସାଙ୍ଗରେ ଆସିଲେ ନଜର। ଏହି ଫିଲ୍ମ ରିଲିଜ୍ ହେବା ପରେ ବକ୍ସ ଅଫିସରେ କରିଥିଲା ଧମାଲ୍। ଦୁହିଁଙ୍କ ଯୋଡିକୁ ଖୁବ୍ ପସନ୍ଦ କଲେ ଦର୍ଶକ। ଫିଲ୍ମ ଗୁମରାହ ପରେ ଗୋଟିଏ ପରେ ଗୋଟିଏ ହିଟ୍ ସିନେମା କରିଚାଲିଲେ ସଞ୍ଜୟ ଦତ୍ତ। ହେଲେ ବଲିଉଡ୍ ଠାରୁ ଦୂରେଇ ଗଲେ ଶ୍ରୀଦେବୀ। କୁହାଯାଉଛି ଯେ, ଫିଲ୍ମ କଲଙ୍କରେ ମାଧୁରୀଙ୍କ ସ୍ଥାନରେ ନଜର ଆସିଥାନ୍ତେ ଶ୍ରୀଦେବୀ। ହେଲେ ଫିଲ୍ମ ଶେଷ ହେବା ପୂର୍ବରୁ ଶ୍ରୀଦେବୀଙ୍କ ହୋଇଥିଲା ନିଧନ।