Sunstar TV
ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ବିରାଟ ବାଡ୍ ମିଣ୍ଟନ୍ କର୍କ । ତା ପୁଣି ଆଖି ଝଲସେଇବା ପରି ଲାଇଟ୍ ରେ । ବିରାଟ ବଡ କପ୍ ରେ ଲାଇଟ ଶୋ । ଏହି ଲାଇଟ ଶୋ ଯାହା ବ୍ୟଟମିଣ୍ଟନ କର୍କର ଭମ ସୃଷ୍ଟି କରୁଛି । ଆଚାର୍ଯ୍ୟ ବିହାରରୁ ଖଣ୍ଡଗିରି ଯିବା ରାସ୍ତାରେ ହେଉ କିମ୍ବା ପାୱର ହାଉସ ଛକରୁ ଜୟଦେବ ବିହାର ଯିବା ରାସ୍ତାରେ ହେଉ । ବାମପଟେ ଏହି ଲାଇଟ ଶୋକୁ ଦେଖି ପଥଚାରି ମଧ୍ୟ ଘଡିଏ ଅଟକି ଯାଉଛନ୍ତି । ଅନ୍ଧରା ରାତିରେ ଖୋଲା ଆକାଶର ପରଦାରେ ଏହି ଲାଇଟ ଶୋ’ ଟି ଖୁବ୍ ଆକର୍ଷଣୀୟ ମଧ୍ୟ ହୋଇଛି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏହି ଲାଇଟ ଟି କଣ । କାହିଁକି ଏହା କର୍କ ର ଭ୍ରମ ସୃଷ୍ଟି କରୁଛି । ଏଠାରେ କିଛି ଖେଳ ଚାଲିଛି କି । ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବ ।
ଏଠାରେ କିଛି ଖେଳ ଚାଲିନି । କିନ୍ତୁ ଖେଳ ହେବ । ପ୍ରଶିକ୍ଷଣ ନେବେ ବ୍ୟାଟମିଣ୍ଟନ ଖେଳାଳି । ଆଉ ଏହି ଠାରୁ ବାହାରିବେ ପିଭି ସିନ୍ଧୁ, ସାଇନା ନେୱାଲ, ପ୍ରମୋଦ ଭଗତଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳି । ଓଡିଶାକୁ ଆନ୍ତର୍ଜାତିକ ସ୍ତରରେ ଆଉ ଏକ ପରିଚୟ ଦେବେ । ପୁଲେଲା ଗୋପିଚାନ୍ଦ ଫାଉଣ୍ଡେସନ ସହ ଡାଲମିଆ ସିମେଣ୍ଟର ସହଭାଗିତାରେ ତିଆରି ହୋଇଛି ଏହି ଏକାଡେମୀ । ପୁଲାଲେ ଗୋପିଚାନ୍ଦ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଏଠାରେ ପ୍ରଶିକ୍ଷଣ ଦେବେ । ୩୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ବ୍ୟାଟମିଣ୍ଟନ ଏକାଡେମୀ । ଏଠାରେ ୧୦ ଟି ବ୍ୟାଟମିଣ୍ଟନ କୋର୍ଟ ରହିଛି । ସେହିପରି ଏହି ଏକାଡେମାରେ ବସିବା ପାଇଁ ୫୦୦ଟି ସିଟ୍ ଥିବା ବେଳେ ଭୋଜନାଳୟ, ରେଷ୍ଟ ରୁମ, ସ୍ପୋର୍ଟ ସାଇନ୍ସ ରୁମ ଭଳି ବିଭିନ୍ନ ପ୍ରକାରର ସୁବିଧା ରହିଛି ।
ଅନ୍ତର୍ଜାତୀୟ ହକି ଖେଳ ଆୟୋଜନ କରି ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି କଳିଙ୍ଗ ଷ୍ଟାଡିୟମ । ଭୁବନେଶ୍ୱରକୁ ସ୍ମାର୍ଟ ସିଟିରୁ ସ୍ପୋର୍ଟସ ସିଟି ଭିବରେ ପରିଣତ କରି ଦେଇଛି । ଆଉ ଏବେ ଏହି ବ୍ୟଟମିଣ୍ଟନ ଏକାଡେମୀରୁ ଶ୍ରେଷ୍ଟ ଖେଳିଳି ବାହାରି ଓଡିଶାକୁ ସାରା ବିଶ୍ୱରେ ଆଉ ଏକ ନୂଆ ପରିଚୟ ଦେବ ନିଶ୍ଟୟ ।