SunstarTV
ଆମ୍ ଆଦମୀ ପାର୍ଟି(ଆପ୍) ନେତ୍ରୀ ଆତିଶୀଙ୍କୁ ଆଜି ଏକ ମାନହାନୀ ମାମଲାରେ ଜୁନ୍ ୨୯ରେ ହାଜର ହେବାକୁ କୋର୍ଟ ସମନ କରିଛନ୍ତି।
ପ୍ରକାଶଥାଉକି , ବିଜେପି ଦିଲ୍ଲୀର କ୍ଷମତାସୀନ ଆପ୍ ପ୍ରାୟ ୭ ବିଧାୟକଙ୍କୁ ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଥିବା ଆତିଶୀ ଅଭିଯୋଗ କରିଥିଲେ । ଏନେଇ ତାଙ୍କ ପାଖରେ ଫୋନ୍ କଲ ରେକର୍ଡ ରହିଥିବା ମଧ୍ୟ ସେ ଦାବି କରିଥିଲେ।
ତେବେ ଆତିଶୀଙ୍କ ଏପ୍ରକାର ଅଭିଯୋଗ ଉପରେ ବିଜେପି ନେତା ତଥା ଦିଲ୍ଲୀ ବିଜେପିର ମିଡିଆ ମୁଖ୍ୟ ପ୍ରବୀଣ ଶଙ୍କର କପୁର ଏକ ମାନହାନୀ ମାମଲା ରୁଜୁ କରିଥିଲେ। ଏହା ଉପରେ ଶୁଣାଣି କରି କୋର୍ଟ ଆଜି ଆତିଶୀଙ୍କୁ ଏପରି ସମନ କରିଛନ୍ତି।
କୋର୍ଟ ଆଜି ଆତିଶୀଙ୍କୁ ଜୁନ ୨୯ରେ କୋର୍ଟରେ ହାଜର ହେବାକୁସମନ କରିଛନ୍ତି । ପ୍ରକାଶ, ଆତିଶୀ ଏପରି ଅଭିଯୋଗକୁ ଦିଲ୍ଲୀ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି । ଅଭିଯୋଗ ସମ୍ପର୍କୀତ ପ୍ରମାଣ କୋର୍ଟରେ ଉପସ୍ଥାପନ କରିବାକୁ ଆପ୍କୁ ଦିଲ୍ଲୀ ବିଜେପି ପକ୍ଷରୁ ଚ୍ୟାଲେଞ୍ଜ ଦିଆଯାଇଥିଲା ।
ସୂଚନା ମୁତାବକ , ଗତ ଏପ୍ରିଲ୍ ୩୦ରେ ପ୍ରବୀଣ ଶଙ୍କର କପୁର ରୁଜୁ କରିଥିବା ନିଜ ମାନହାନୀ ମୋକଦ୍ଦମାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିଲେ । ପ୍ରବୀଣ କହିଛନ୍ତି ଯେ ଆତିଶୀ ଓ ଆପ୍ ପକ୍ଷରୁ କରାଯାଇଥିବା ଘୋଡ଼ା ବେପାର ଅଭିଯୋଗ ତାଙ୍କର ଓ ତାଙ୍କ ଦଳର ସମ୍ମାନକୁ କ୍ଷତି ପହଞ୍ଚାଇଛି । କୋର୍ଟ ଏହାର ବିଚାର କରି ଆତିଶୀଙ୍କୁ ଅଭିଯୁକ୍ତ ଭାବେ ବିବେଚନା କରିଛନ୍ତି ଓ ତାଙ୍କୁ ଜୁନ ୨୯ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆପ୍ ସଂଯୋଜକ ତଥା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଲେଖା ପୋଷ୍ଟ କରିଥିଲେ। ଏଥିରେ
ବିଜେପି ପକ୍ଷରୁ ତାଙ୍କ ଦଳର ୭ ଜଣ ବିଧାୟକଙ୍କୁ ଯୋଗାଯୋଗ କରାଯାଇଛି ଓ ସେମାନଙ୍କୁ ଆପ୍ ଛାଡି ବିଜେପିରେ ସାମିଲ ହେବା ପାଇଁ ୨୫ କୋଟି ଲେଖାଏ ଅଫର ଦିଆଯାଇଥିବା କେଜ୍ରିୱାଲ୍ କହିଥିଲେ। ଆତିଶୀଙ୍କୁ ମଧ୍ୟ ବିଜେପିରେ ଯୋଗ ଦେବାକୁ ଅଫର ମିଳିଥିବା କେଜ୍ରିୱାଲ୍ ଦାବି କରିଥିଲେ। ହେଲେ ଏହାର କୌଣସି ପ୍ରମାଣ ସେ କିମ୍ବା ଆତିଶୀ ବର୍ତ୍ତମାନ ସୁଦ୍ଧା କୋର୍ଟରେ ଦାଖଲ କରିପାରିନାହାନ୍ତି।