SunstarTV
ମିଜୋରାମର ଆଇଜୋଲ୍ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ ହୋଇଛି। ଲଗାତର ବର୍ଷା ଯୋଗୁ ପଥର ଖଣି ଭୁଶୁଡି ଯାଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଏହା ତଳେ ଚାପି ହୋଇ ରହିଥିବା ସୂଚନା ମିଳୁଛି।
ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ସୂଚନା ଅନୁସାରେ ଏପର୍ଯ୍ୟନ୍ତ୧୦ଟି ମୃତଦେହ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ୭ଜଣ ସ୍ଥାନୀୟ ଲୋକଙ୍କ ମଧ୍ୟରୁ ହୋଇଥିବାବେଳେ ତିନୋଟି ଅନ୍ୟ ରାଜ୍ୟରୁ ଆସିଛନ୍ତି। ଆହୁରି ଅନେକ ଲୋକଙ୍କୁ ଏହି ମାଟି ତଳେ ପୋତି ହୋଇଥିବା ସୂଚନା ମିଳୁଛି । ଉଦ୍ଧାର କାର୍ଯ୍ୟ ଚାଲିଛି, କିନ୍ତୁ ପ୍ରବଳ ବର୍ଷା ହେତୁ ଏହା ସମସ୍ୟାର ସମ୍ମୁଖୀନ ହେଉଛି।
ସୂଚନା ଅନୁଯାୟୀ, ଲଗାତର ବର୍ଷା ଯୋଗୁ ଆଇଜୋଲ ସହରର ଦକ୍ଷିଣ ବାହ୍ୟ ଅଞ୍ଚଳରେ ଥିବା ମେଲଥମ ଓ ହିଲମେନ୍ ମଧ୍ୟରେ ଏହି ଅଘଟଣ ଘଟିଛି। ପଥର ଖଣିରେ ଭୂସ୍ଖଳନ ପରେ ମାଟି ତଳୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସେହିପରି ଦୁଇ ଜଣଙ୍କ ଜୀବନ୍ତ ଉଦ୍ଧାର କରାଯାଇଛି। ସମସ୍ତ ମୃତକ ଶ୍ରମିକ ବୋଲି ସୂଚନା ମିଳିଛି। ଏବେ ବି ଅନେକ ଲୋକେ ମାଟି ତଳେ ଦବି ରହିଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପୁଲିସ କହିଛି। ତେବେ ସମଗ୍ର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।