Sunstar TV
ହାର୍ଦ୍ଦିକଙ୍କୁ କାଙ୍ଗାଳ କରିଦେବେ ପତ୍ନୀ ! ପାଣ୍ଡ୍ୟାଙ୍କ ୭୦ ପ୍ରତିଶତ ସମ୍ପତି ନେଇଯିବେ ନତାଶା ! ନତାଶାଙ୍କ ପାଇଁ ଗୁଜୁରାଟ ଛାଡି ମୁମ୍ବାଇ ଇଣ୍ଡିଆନ୍ସରେ ମିଶିଥିଲେ ହାର୍ଦ୍ଦକ ! ପତ୍ନୀଙ୍କୁ ଟଙ୍କା ଦେବା ପାଇଁ ସାହାଯ୍ୟ କରିଛି ମୁମ୍ବାଇ ! ହାର୍ଦ୍ଦିକ ପାଣ୍ଡିଆ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ । ଖେଳରେ ବେଶ ଆଗରେ ରହିଥିବା ବେଳେ ନିଜ ବୈବାହିକ ଜୀବନରେ ପଛରେ ରହିଯାଇଛନ୍ତି ହାର୍ଦ୍ଦିକ । ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ହାର୍ଦ୍ଦିକ ଓ ପତ୍ନୀ ନତାଶାଙ୍କ ଅଲଗା ହେବା କଥା । ହାର୍ଦ୍ଦିକ ଓ ନତାଶାଙ୍କର ଯଦି ଛାଡପତ୍ର ହୁଏ ତେବେ କାଙ୍ଗାଳ ହୋଇଯିବେ ହାର୍ଦ୍ଦିକ । ଏପରକି କୁଆଡେ ପାଣ୍ଡ୍ୟାଙ୍କ ସମ୍ପତିର ୭୦ ପ୍ରତିଶତ ଭାଗ ନେଇଯିବେ ସ୍ତ୍ରୀ ନତାଶା । ନତାଶା ନେବେ ମୋଟା ଅଙ୍କର ଟଙ୍କା ସହ ଗାଡି, ଘର ଓ ସମ୍ପତି । ଆଉ ଏହି କାରଣ ପାଇଁ ହାର୍ଦ୍ଦିକ ମଧ୍ୟ ଗୁଜୁରାଟ ଟାଇଟନ୍ସରୁ ଅଲଗା ହୋଇ ମିଶିଥିଲେ ମୁମ୍ବାଇ ଇଣ୍ଡିଆନ୍ସରେ । ମୋଟାଅଙ୍କର ପାଉଣା ପାଇଁ ଗୁଜୁରାଟ ଛାଡି ଯାଇଥିଲେ । ତେବେ ଏହା କେତେ ସତ ତାହାତ ଆମେ ଜାଣିନୁ । ଏକ ଭାଇରାଲ ଖବରରୁ ଆସିଛି ଏହି ରିପୋର୍ଟ । ସେପଟେ ଦୁହେଁ ଅଲଗା ହେବା କଥା କେହି ଅଫିସିଆଲି କହିନଥିବା ବେଳେ ସୋସିଆଲ ମିଡିଆରେ ଦୁହିଁଙ୍କ ପୋଷ୍ଟ ବହୁତ କିଛି କହୁଛି । ଏଠି କହି ରଖୁଛୁ, ହାର୍ଦ୍ଦିକ କୋଟି କୋଟି ଟଙ୍କାର ମାଲିକ ହୋଇପାରନ୍ତି । ହେଲେ ତାଙ୍କର ସବୁ ସମ୍ପତି ତାଙ୍କ ମା’ଙ୍କ ନାଁ ରହିଛି ବୋଲି ଏକ ସାକ୍ଷାତକାରରେ କହିଛନ୍ତି ପାଣ୍ଡ୍ୟା । ରିପୋର୍ଟ ଅନୁସାରେ କ୍ରିକେଟର ହାର୍ଦ୍ଦିକ ଓ ଋଷୀୟ ଡ୍ୟାନ୍ସର ତଥା ବଲିଉଡ ଅଭିନେତ୍ରୀ ନତାଶାଙ୍କ ମଧ୍ୟରେ ୨୦୨୦ ଜାନୁଆରୀ ୧ରେ ନିର୍ବନ୍ଧ ହୋଇଥିଲା । ୨୦୨୩ ଫେବୃଆରୀ ୧୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେଲିବ୍ରେଟି ଠୁ ନେଇ ଅନେକ ବଡବଡ ବ୍ୟକ୍ତିଗଣ ସାମିଲ ହୋଇଥିଲେ ହାର୍ଦ୍ଦିକ ଓ ନତାଶାଙ୍କ ବାହାଘରରେ । ହେଲେ ସବୁକିଛି ଠିକ୍ ଚାଲୁଥିବା ବେଳେ ହଠାତ୍ ଦୁହିଁଙ୍କ ଜୀବନରେ ଆସିଛି ବଡ ବିପଦ । ଦୁହିଁଙ୍କର ହୋଇପାରେ ଛାଡପତ୍ର । ସେପଟେ ବିବାହ ପୂର୍ବରୁ ଗର୍ଭବତୀ ଥିଲେ ନତାଶା । ଏପରିକି ଉଭୟଙ୍କ ବାହାଘର ଦୁଇଥର ହୋଇଛି । ତଥାପି ତିଷ୍ଠୁନି ହାର୍ଦ୍ଦିକ ଓ ନତାଶାଙ୍କ ସମ୍ପର୍କ । ୨୦୨୪ ବର୍ଷଟି ସତେ ଯେମିତି ହାର୍ଦ୍ଦିକ ଓ ନତାଶାଙ୍କ ପାଇଁ ଏକ ଅଶୁଭ ବର୍ଷ ସାଜିଛି ।