SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ବଲିଉଡ ଜଗତକୁ ନେଇ ସବୁବେଳେ କିଛି ନା କିଛି ଚର୍ଚ୍ଚା ଲାଗି ରହିଥ୍ଧଶ । କେତେବେଳେ ଷ୍ଟାର କିଡ୍ଙ୍କ ଲଭ ଲାଇଫକୁ ନେଇ ତ ପୁଣି କେତେବେଳେ ସୁରପ ଷ୍ଟାରଙ୍କ ବ୍ୟକ୍ତିଗତ ଜୀବନକୁ ନେଇ । ନିକଟରେ ଏହିପରି ଖବର ଅନେକ ନଜରକୁ ଆସିଥିବା ବେଳେ ବର୍ତ୍ତମାନ ମଧ୍ୟ ପୁଣି ଏକ ଖବର ବଲିଉଡ ଜଗତରେ ଚହଳ ସୃଷ୍ଟି କରିଛି । ଯାହାକୁ ନେଇ ଫ୍ୟାନ୍ସଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ତେବେ ନିକଟରେ ବଲିଉଡ ଷ୍ଟାର ସାହିଦ କାପୁର ଏବଂ ତାଙ୍କ ଧର୍ମପତ୍ନୀ ମୀରା ରାଜପୁତଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଫଳରେ ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି । ତେବେ ଏହି ଯୋଡି ହେଉଛନ୍ତି ବି ଟାଉନର ପାୱାର କପଲ । କିନ୍ତୁ ଆପଣ ଜାଣନ୍ତି କି ଏହି ଲୋକପ୍ରୀୟ ଯୋଡି ଦିନେ ଭାଙ୍ଗିବାକୁ ଯାଉଥିଲା ।
ସମୟ ଥିଲା ଯେତେବେଳେ ମୀରା ରାଜପୁତ ତାଙ୍କ ସ୍ୱାମୀ ତଥା ବଲିଉଡର ହ୍ୟାଣ୍ଡସମ ହଙ୍କ ସାହିଦ କାପୁରଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁଥିଲେ । ଫଳରେ ଏହାକୁ ନେଇ ସେ ସମୟରେ ଖୁବ ର୍ଚ୍ଚା ମଧ୍ୟ ହୋଇଥିଲା । ବିବାହର ମାତ୍ର ୧ ବଷ୪ ପରେ ମୀରା ସାହିଦଙ୍କ ଠାରୁ ଦୂରେଇବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସେ କାହିଁକି ଏପରି ନିଷ୍ପତ୍ତି ନେଇଥିଲେ ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ୨୦୧୫ରେ ମୀରା ରାଜପୁତଙ୍କ ସହ ସାହିଦ କପୁର ବିବାହ ବନ୍ଧନରେବାନ୍ଧି ହୋଇଥିଲେ। ମୀରା ବୟସରେ ସାହିଦଙ୍କ ଠାରୁ ବହୁତ ସାନ ଥିଲେ । ସେତେବେଳେ ସାହିଦ ତାଙ୍କ ଚଳଚ୍ଚିତ୍ର ‘ଉଡତା ପଞ୍ଜାବ’ର ସୁଟିଂ ଶେଷ କରିଥିଲେ।
ସାହିଦ ଏବଂ ମୀରାଙ୍କ ବିବାହ ପରେ ହିଁ ଅଭିନେତାଙ୍କ ଫିଲ୍ମ ମୁକ୍ତିଲାଭ କରିଥିଲା। ଯେଉଁଥିରେ ସେ ଜଣେ ନିଶା ସେବକ ରକଷ୍ଟାର ଭୂମିକାରେ ଅଭିନୟ କରିଥିଲେ। ମୀରା ଯେତେବେଳେ ଏହି ଫିଲ୍ମ ଦେଖିଲେ, ସେ ବଡ ନିଷ୍ପତ୍ତି ନେଇଥିଲେ ।ଫିଲ୍ମ ଦେଖିବା ପରେ ମୀରା ଏତେ ରାଗି ଯାଇଥିଲେ ଯେ ସେ ଦ୍ୱିତୀୟ ଥର ପାଇଁ ତାଙ୍କ ବିବାହ ବିଷୟରେ ଚିନ୍ତା କରିବା ଆରମ୍ଭ କଲେ। ଉଡତା ପଞ୍ଜାବ’ ପରେ ମୀରା ଧୀରେ ଧୀରେ ତାଙ୍କ ସ୍ୱାମୀ ଅର୍ଥାତ ସହିଦ କାପୁରଙ୍କ ଠାରୁ ଦୂରେଇ ଯିବାକୁ ଲାଗିଲେ । ଯାହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସହିଦ । ମୀରାଙ୍କ ଏଭଳି ରିଆକ୍ସନ ତାଙ୍କୁ ଦ୍ବନ୍ଦରେ ପାକିଥିଲା । ଏନେଇ ଏକ ସାକ୍ଷାତକାରରେ ସାହିଦ ନିଜେ ଏହା ପ୍ରକାଶ କରିଛନ୍ତି। ସହିଦ ଏବଂ ମୀରା ଆରେଞ୍ଜ ମ୍ୟାରେଜ୍ କରିଥିଲେ । ଏଥିସହିତ ମୀରା ତାଙ୍କ ସ୍ୱାମୀଙ୍କୁ କହିଥିଲେ ଯେ ସେ ଆଉ ତାଙ୍କ ସହ ରହିବାକୁ ଚାହୁଁନାହାଁନ୍ତି। କାରଣ ଯିବାକୁ ଚେଷ୍ଟା କରିବାରୁ ସହିଦ ଜାଣିବାକୁ ପାଇଥିଲେ ଯେ ମୀରା ତାଙ୍କ ଫିଲ୍ମ ପାଇଁ ଏବଂ ଫିଲମେ ଥିବା ରୋଲ ପାଇଁ ଏଭଳି ନିଷ୍ପତି ନେଇଛନ୍ତି । ଫଳରେ ସାହିଦ ମୀରାଙ୍କୁ ବୁଝାଇଥିଲେ ଯେ ଫିଲ୍ମର ଚରିତ୍ର ସହ ତାଙ୍କର ପ୍ରକୃତ ଜୀବନର କୌଣସି ସମ୍ପର୍କ ନାହିଁ । ଫିଲ୍ମ ଜୀବନ ହେଉଛି କାଳ୍ପନିକ ଏବଂ ଅବାସ୍ତବ । ଏହିସବୁ ବିଷୟରେ ବୁଝିବା ପରେ ମୀରା ସହିଦଙ୍କ ଠାରୁ ଦୂରେଇବାକୁ ନେଇଥିବା ନିଷ୍ପତିକୁ ବଦଳାଇ ଦେଇଥିଲେ । ବର୍ତ୍ତମାନ ଉଭୟ ପତିପତ୍ନୀ ଏକାଠି ରହିବା ସହ ଦୁଇଟି ସନ୍ତାନର ପିତାମାତା ହୋଇଛନ୍ତି ।