SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ହିନ୍ଦୁଧର୍ମରେ ଅନେକ ଶାସ୍ତ୍ର ପୁରାଣ ରହିଛି । ସେଥିମଧ୍ୟରୁ ଭିନ୍ନ ହେଉଛି ଜ୍ୟୋତିଷ ଶାସ୍ତ୍ର । ଏହି ଶାସ୍ତ୍ର ଅନୁସାରେ ଜ୍ୟୋତିଷ ବିଶାରଦମାନେ ଗ୍ରହ ନକ୍ଷେତ୍ରଙ୍କ ଗଣନା ଠାରୁ ଆରମ୍ଭ କରି ଜଣେ ବ୍ୟକ୍ତିର ଭାଗ୍ୟ ଭବିଷ୍ୟ ଏପରି ତାର ସ୍ୱଭାବ ବିଷୟରେ ମଧ୍ୟ ଗଣନା କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ବିଷୟରେ କୁହାଯାଇଛି । ପ୍ରତ୍ୟେକ ରାଶିର ସ୍ୱାମୀଗ୍ରହ ଅଲଗା ଅଲାଗା ହୋଇଥିବା ବେଳେ ସେମାନଙ୍କ ପ୍ରଭାବ ବ୍ୟକ୍ତିର ସ୍ୱଭାବ ଏବଂ ବ୍ୟବହାରରେ ପଡିଥ୍ଧଶ । ଫଳରେ ସେମାନେ ଅନ୍ୟମାନଙ୍କ ପ୍ରତି ସେହିପରି ବ୍ୟବହାର ଦେଖାଇଥାନ୍ତି । ତେବେ ଆମେ ଆଜି ଆପଣଙ୍କୁ ଏମିତି କିଛି ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ସ୍ୱଭାବରେ ବହୁତ ଚତୁର ଏବଂ ଚାଲାଖ ହୋଇଥାନ୍ତି । ଏପରି କି ଏମାନେ କିଛି ଘଟମାରେ ନିଜ ସାଥି ଏବଂ ଶତ୍ରୁ କାହାକୁ ବି ଛାଡନ୍ତି ନାହିଁ । ତେଣୁ ଏପରି ଲୋକଙ୍କ ଠାରୁ ବଞ୍ଚିକି ରହିବା ନିହାତି ଦରକାର । ଆସନ୍ତୁ ଜାଣିବା ସେହିସବୁ ରାଶିମାନଙ୍କ ବିଷୟରେ ।
ମେଷ: ମେଷ ରାଶିର ସ୍ୱାମୀ ଗ୍ରହ ମଙ୍ଗଳ ହୋଇଥାଏ ଏବଂ ଏହା ଅଗ୍ନି ତତ୍ତ୍ୱର ରାଶି ହୋଇଥାଏ । ଫଳରେ ମେଷ ରାଶିର ବ୍ୟକ୍ତି ପ୍ରାୟତଃ ରାଗି ସ୍ୱଭାବର ହୋଇଥାନ୍ତି । ଖଆସ କରି ଯେଉଁ ମାନଙ୍କର ମଙ୍ଗଳ ଉଚ୍ଚରେ ଥାଏ ସେମାନେ ଅଧିକ କ୍ରୋଧ କରନ୍ତି । ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ ଶତ୍ରୁକୁ କେବେ ବି କ୍ଷମା କରନ୍ତି ନାହିଁ । ପ୍ରକୃତରେ ଏହି ରାଶିର ବ୍ୟକ୍ତିମାନେ ବହୁତ ଭଲ ସାଙ୍ଗ ଭାବେ ନିଜକୁ ପ୍ରମାଣିତ କରନ୍ତି ଏବଂ ସେମାନେ ବହୁତ ଚାଲାଖ ହୋଇଥାନ୍ତି ।
ସିଂହ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସିଂହ ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ସୂର୍ଯ୍ୟ । ମଙ୍ଗଳ ଗ୍ରହ ପରି ସୂର୍ଯ୍ୟ ମଧ୍ୟ ଅଗ୍ନୀ ତତ୍ତ୍ୱର ରାଶି ହୋଇଥାନ୍ତି । ତେଣୁ ଏହି ରାଶିର ବ୍ୟକ୍ତିମାନେ ବହୁତ ରାଗି ସ୍ୱଭାବର ହୋଇଥାନ୍ତି । ଟିକେ ଟିକେ କଥାରେ ରାଗିବା ସହ ପ୍ରତିଶୋଧ ମଧ୍ୟ ନେବାକୁ ପଛାନ୍ତି ନାହିଁ । ଏହି ରାଶିର ବ୍ୟକ୍ତିମାନେ ଶତ୍ରୁକୁ ହରାଇବା ପରେ ହିଁ ନିଶ୍ୱାସ ନେଇଥାନ୍ତି । ଏହି ସିଂହ ରାଶିର ବ୍ୟକ୍ତିମାନେ ବହୁତ ବିଶ୍ୱାସାୀ ଏବଂ ଭଲ ନେତା ହୋଇଥାନ୍ତି ।
ବିଚ୍ଛା: ବିଚ୍ଛା ରାଶିର ସ୍ୱାମୀ ଗ୍ରହ ମଙ୍ଗଳ ହୋଇଥାନ୍ତି । ଫଳରେ ଏହି ରାଶିର ବ୍ୟକ୍ତିମାନେ ପ୍ରତିଶୋଧ ନେବାରେ କେବେ ବି ବିଳମ୍ବ କରନ୍ତି ନାହିଁ । କହିବାକୁ ଗଲେ ଏହି ରାଶିର ବ୍ୟକ୍ତିମାନେ ଶତ୍ରୁ ଉପରେ ଏମିତି ଆକ୍ରମଣ କରିଥାନ୍ତି ସେ ନିଜକୁ ସମ୍ଭାଳିବାକୁ ମଧ୍ୟ ମୌକା ପାଇନଥାଏ । ଏହି ବ୍ୟକ୍ତିମାନେ ଚମତ୍କାର ହୋଇଥାନ୍ତିଏବଂ ଭଲ କଳାକାôର, ନେତା,ଅଧିକାରି ମଧ୍ୟ ହୋଇଥାନ୍ତି ।
କୁମ୍ଭ: କୁମ୍ଭ ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ଶନି । ତେଣୁ ଏହି ରାଶିର ବ୍ୟକ୍ତିମାନେ ଉଚ୍ଚାଭିଳାଶୀ ଏବଂ ପରିଶ୍ରମୀ ହୋଇଥାନ୍ତି । କିନ୍ତୁ ଏହି ରାଶିର ବ୍ୟକ୍ତିମାନେ ଶାନ୍ତ ରହିପାରନ୍ତି ନାହିଁ । ଏହି ଲୋକମାନେ ଖୁବ ମଜାଳିଆ ହୋଇଥାନ୍ତି । କିନ୍ତୁ ସେମାନଙଅଖ ମନରେ କମ ଚାଲିଥାଏ ତାକୁ ବୁଠିବା ବହୁତ କଷ୍ଟକର ହୋଇଥାଏ । ଏମାନେ ସମୟ ଆସିଲେ ଆକ୍ରମଣ କରିଥାନ୍ତି ।
ମକର: ମକର ରାଶିର ସ୍ୱାମୀ ଗ୍ରହ ବି ଶନି ହୋଇଥାନ୍ତି । ଏହି ରାଶିର ବ୍ୟକ୍ତିମାନେ କ୍ରୋଧରେ ନିଜ ହିତାହିତ ଜ୍ଞାନ ଭୁଲିବାକୁ ତାଙ୍କୁ ବେଶି ସମୟ ଲାଗି ନଥାଏ । ଯଦି ସେମାନଙ୍କ ଅନୁସାରେ କିଛି କାମ ନହୁଏ ତେବେ ସେମାନେ ବହୁତ ଜଲ୍ଦି ରାଗି ଯାଇଥାନ୍ତି । ଏହି ରାଶିର ବ୍ୟକ୍ତିମାନେ ପରିଶ୍ରମୀ ଏବଂ ବୁଦ୍ଧିମାନ ହେଇଥାନ୍ତି । ଏଥିସହିତ ବହୁତ ବଡ ବ୍ୟବସାୟୀ, ଅଧିକାରୀ ଏବଂ ବିଚାରକ ହୋଇଥାନ୍ତି ।