SunstarTV
ଶେଷ ପର୍ଯ୍ୟାୟ ନିର୍ବାଚନ, ଶେଷ ପର୍ଯ୍ୟାୟ ପ୍ରଚାର । ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ଘନ ଘନ ଗସ୍ତ ବିଜେପି ନେତା ଓ କର୍ମୀଙ୍କ ଶିବିରରେ ଉତ୍ସାହ ଆଣିଛି । ମୈଦାନରେ ହେଭିଓ୍ବେଟ୍ ନେତା ଏବଂ ତାଙ୍କ ପାଇଁ କ୍ୟାମ୍ପେନର ମଙ୍ଗ ଧରିଛନ୍ତି ଷ୍ଟାର୍ ପ୍ରଚାରକ।
ଏହା ଭିତରେ ଓଡିଶାରେ ବିଜେପିର ଟପ୍ କେନ୍ଦ୍ରୀୟ ନେତାଙ୍କ ସୁଅ ଛୁଟୁଛି। ଆଜିଠୁ ପୁଣିଥରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା। ଆଜି ଏବଂ ମଙ୍ଗଳବାର ୮ଟି ସ୍ଥାନରେ ପ୍ରଚାର କରିବେ।
ସୂଚନା ମତାବକ ଆଜି ଭଦ୍ରକ, ଯାଜପୁର , କେନ୍ଦ୍ରାପଡା ଏବଂ କାକଟପୁରରେ କ୍ୟାମ୍ପେନ୍ କରିବେ ବିଶ୍ଵଶର୍ମା। ମଙ୍ଗଳବାର ରାଇରଙ୍ଗପୁର , ମୋରଡା, ସୋର ଏବଂ ଜଗତସିଂହପୁରରେ ହିମନ୍ତଙ୍କର ଜନସଭା କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଧ୍ୟ ଆଜି ଏବଂ ମଙ୍ଗଳବାର କେନ୍ଦ୍ରାପଡା ଏବଂ ଭଦ୍ରକରେ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।