SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ହିନ୍ଦୁ ଧର୍ମରେ ବ୍ରାହ୍ମ ମୂହୁର୍ତ୍ତରେ ଉଠିବା ବହୁତ ଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ କି ଯେଉଁ ବ୍ୟକ୍ତି ବ୍ରାହ୍ମ ମୂହୁର୍ତ୍ତରେ ଉଠନ୍ତି ସେମାନଙ୍କ ଜୀବନରେ ଅନେକ ମସସ୍ୟା ଦୂର ହୋଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ବ୍ରାହ୍ମ ମୂହୁର୍ତ୍ତ ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଶାସ୍ତ୍ର ମତରେ ଭୋର ୩ଟାରୁ ସକାଳ ୫ ଟା ମଧ୍ୟରେ ଦେଖୁଥିବା ସ୍ୱପ୍ନ ବହୁତ ସମୟରେ ସତ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ସ୍ୱପ୍ନ ବିଷୟରେ କହିବାକୁ ଯାଉଛୁ ଯାହା ବ୍ରାହ୍ମ ମୂହୁର୍ତ୍ତରେ ଦେଖିଲେ ବହୁତ ଶୁଭ ହୋଇଥାଏ । ଆସନ୍ତୁ ଜାଣିବା ସେହି ସ୍ୱପ୍ନ ବିଷୟରେ ।
ନଦୀରେ ବୁଡ ପକାଇବା ସ୍ୱପ୍ନ:
ସ୍ୱପ୍ନଶାସ୍ତ୍ର ଅନୁସାରେ ଯଦି ଆପଣ ବ୍ରାହ୍ମ ମୂହୁର୍ତ୍ତରେ ନଦୀରେ ଗୋଧୋଇବା କିମ୍ବା ବୁଡ ମାରିବା ସ୍ୱପ୍ନ ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କର ଅଟକି ରହିଥିବା କାମ ସଫଲ ହେବ । ଏଥିସହିତ ଆପଣଙ୍କୁ ଧନପ୍ରାପ୍ତି ମଧ୍ୟ ହେବାର ସମ୍ଭାବନା ରହିଛି ।
ଧାନ ଗଦାହୋଇଥିବା ସ୍ୱପ୍ନ:
ବ୍ରାହ୍ମ ମୂହୁର୍ତ୍ତରେ ଯଦି ଆପଣ ଧନଗାଦାର ସ୍ୱପ୍ନ ଦେଖୁଛନ୍ତି କିମ୍ବା ଧାନଗଦା ଉପରେ ଚଢୁଥିବାର ସ୍ୱପ୍ନରେ ଦଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ଦେଇଥାଏ । ଏହାର ଅର୍ଥ ହେଉଛି ଭବିଷ୍ୟତରେ ଆପଣଙ୍କୁ ଅନେକ ଧନପ୍ରାପ୍ତି ହୋଇପାରେ । ଏଥିସହିତ ଆପଣଙ୍କ ପୁରୁଣା ଅର୍ଥ ଯାହା ଅନେକ ଦିନ ହେବ ଅଟକି ରହିଥିବା ତାହା ମଧ୍ୟ ମିଳିପାରେ ।
ଛୋଟ ପିଲାଙ୍କୁ ହସୁଥିବାର ଦେଖିବା:
ସ୍ୱପ୍ନଶାସ୍ତ୍ର ଅନୁସାରେ ଯଦି ଆପଣ ବ୍ରାହ୍ମ ମୂହୁର୍ତ୍ତରେ ପିଲା ହସୁଥିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହା ଆପଣଙ୍କ ଜୀବନରେ ସୁବର୍ଣ୍ଣ ସମୟକୁ ଆହ୍ୱାନ କରିଥାଏ । ଏହାର ଅର୍ଥ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡିବ । ଏଥିସହିତ ଆପଣ ଧନବାନ ହେବା ସହ ସମସ୍ତ କାମରେ ସଫଳତା ହାସଲ କରିବେ ।