ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଓ ମଡେଲ ରୂପେ ଘରେ ଘରେ ପରିଚିତ ଗୌହର ଖାନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତ କାଲି ଅର୍ଥାତ ଡିସେମ୍ଵର ୨୫ରେ ସେ ବିବାହ କରିଛନ୍ତି କୋରିଓଗ୍ରାଫର ଜୈଦ ଦୈବାରଙ୍କ ସହ ତାଙ୍କ ବିବାହ ସମ୍ପର୍ନ୍ନ ହୋଇଛି ।
ବିବାହ ଓ ବିବାହ ରିସେପ୍ସନରେ ଖୁବ ସୁନ୍ଦର ଭାବେ ସଜେଇ ହୋଇଥିଲେ ଗୌହର ଓ ତାଙ୍କ ସ୍ଵାମୀ ଜୈଦ । ବିବାହରେ ଧଳା ଓ ସୁନେଲି ରଙ୍ଗର ସରାରାରେ ପିନ୍ଧିଥିବା ବେଳେ ରିସେପ୍ସନରେ ସୁନେଲି ଓ ମେରୁନ୍ ଗଙ୍ଗର ଲେହେଙ୍ଗାରେ ନଜର ଆସିଥିଲେ ଗୌହର ।ତେବେ ତାଙ୍କ ସ୍ଵାମୀ ବିବାହରେ ସୁନେଲି ରଙ୍ଗର ସେରଓ୍ବାନୀ ଓ ରିସେପ୍ସନରେ ବ୍ଲାକ କଲର ର ସେର୍ଓ୍ଵାନୀ ପିନ୍ଧିଥିଲେ ।
ଗୌହର ଏବଂ ଜୈଦଙ୍କ ବିବାହ ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଗୌହର ଖାନଙ୍କ ବିବାହ କାର୍ଯ୍ୟକ୍ରମ ୨୨ ଡିସେମ୍ବରରୁ ଆରମ୍ଭ ହୋଇଯାଇଥିଲା । ସୋସିଆଲ ମିଡିଆରେ ତାଙ୍କର ମେହେନ୍ଦୀ, ସଂଗୀତ ଏବଂ ହଳଦି କାର୍ଯ୍ୟକ୍ରମର ଅନେକ ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୂର୍ବରୁ ଭାଇରାଲ ହେଉଛି।