Sunstar TV
ଆକ୍ସନ ମୋଡ୍ ରେ ମୋଦି ସରକାର । ବନ୍ଦ ହେବାକୁ ଯାଉଛି ୬ ଲକ୍ଷ ମୋବାଇଲ ନମ୍ବର। ଏନେଇ ଟେଲିକମ୍ ଅପରେଟରଙ୍କୁ ପାଖାପାଖି ୬ ଲକ୍ଷ ୮୦ହଜାର ମୋବାଇଲ୍ ଫୋନକୁ ଯାଞ୍ଚ କରିବାକୁ କହିଛନ୍ତି ସରକାର । କମ୍ପାନୀକୁ ଯାଞ୍ଚ କରିବା ପାଇଁ ୬୦ ଦିନର ସମୟ ଦିଆଯାଇଛି । ବିଭାଗ ଆଉ ମଧ୍ୟ କହିଛି ଯଦି କମ୍ପାନୀ ୬୦ ଦିନରେ ମଧ୍ୟରେ ଯାଞ୍ଚ ନକରେ ତେବେ ସବୁ ନମ୍ବରକୁ ବନ୍ଦ କରିଦିଆଯିବ । ଟେଲିକମ୍ ବିଭାଗ ମୋବାଇଲ୍ କମ୍ପାନୀ ଗୁଡିକ (ଟେଲିକମ୍ ଅପରେଟର୍ସ) ୬ଲକ୍ଷ ୮୦ ହଜାର ମୋବାଇଲକୁ ପୁନଃ ଯାଞ୍ଚ କରିବାକୁ କହିଛନ୍ତି । ଏହି ମୋବାଇଲ୍ ଗୁଡିକ ଭୁଲ କିମ୍ବା ନକଲି ପରିଚୟ ଏବଂ ଭୁଲ ଦଲିଲ ଠିକଣା ଆଧାରରେ ନିଆଯାଇଛି । ଟେଲିକମ୍ ବିଭାଗ ମୋବାଇଲ୍ କମ୍ପାନୀମାନଙ୍କୁ ଯାଞ୍ଚ କରିବା ପାଇଁ ୬୦ଦିନର ସମୟ ଦେଇଛି। ଖାଲିସେତିକି ନୁହେଁ ଯଦି କମ୍ପାନୀ ୬୦ ଦିନ ଭିତରେ ଯାଞ୍ଚ ନକରେ ତେବେ ସନ୍ଦେହଜନକ ମୋବାଇଲ ନମ୍ବରକୁ ବନ୍ଦ କରିଦିଆଯିବ। ଖାଲି ସେତିକି ନୁହେଁ ସରକାର ଏକ ଚାକସୁ ପୋର୍ଟାଲ ଲଞ୍ଚ କରିଛନ୍ତି । ଏହି ପୋର୍ଟାଲରେ ଆପଣ ଫୋନ କଲ୍, ୱାଟସପରେ ଆସୁଥିବା ଏସ୍ଏମଏସ ଠକେଇ ମେସେଜର ଅଭିଯୋଗ କରିପାରିବେ। ତଥ୍ୟ ଅନୁସାରେ ଏଯାଏଁ ଡିଓଟିର ୨୮,୪୧୨ ଅଭିଯୋଗ ହୋଇଛି। ଏହି ବିଭାଗ ୧୦,୮୩୪ କନେକ୍ସନକୁ ଯାଞ୍ଚ କରିବାକୁ ଚିହ୍ନିତ କରିଛି । ୮,୨୭୨ କନେକ୍ସନ, ଯାହାର ପୁନର୍ବାର ଯାଞ୍ଚ ହୋଇନି। ସେ ସବୁକୁ ବନ୍ଦ କରି ଦିଆଯାଇଛି ।