Sunstar TV
ସାଧାରଣତଃ ଲୋକେମାନେ ଭାବିଥାନ୍ତି ଯେଉଁମାନେ ଆଇଆଇଟିରୁ ଅଧ୍ୟୟନ କରନ୍ତି ସେମାନେ ସବୁଠୁ ବଡ ପ୍ୟାକେଜ ସହିତ ଚାକିରି ପାଆନ୍ତି । ହେଲେ ଆଇଆଇଟିରୁ ପାଠପଢୁଥିବା ପିଲା ବି ବେରୋଜଗାର ହୋଇ ବସି ରହୁଛନ୍ତି । ହଁ ଆଜ୍ଞା ଏଠାରୁ ବି ପାସ୍ ହୋଇଥିବା ପିଲା ଅର୍ଥାତ ୨୦୨୩-୨୪ ବର୍ଷର ଆଇଆଇଟି ପିଲା ଏବେ ବି ବେରୋଜଗାର ଅଛନ୍ତି । ଚାକିରି ବଜାରର ଅବସ୍ଥା ବର୍ତ୍ତମାନ ଭଲରେ ଚାଲି ନାହିଁ। ଗତ କିଛି ମାସ ମଧ୍ୟରେ ଅନେକ ବଡବଡ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଟିସିଏସ୍, ଇନଫୋସିସ୍ ପରି ବଡ କମ୍ପାନୀରେ ନିଯୁକ୍ତିର ଗତି ମନ୍ଥର ହୋଇଯାଇଛି। ବର୍ତ୍ତମାନ ପରିସ୍ଥିତି ଏତେ ଖରାପ ହୋଇଛି ଯେ ଆଇଆଇଟି ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ମଧ୍ୟ ପ୍ରଭାବିତ ହେବାକୁ ଲାଗିଲାଣି । ସାଧାରଣତଃ ଲୋକଙ୍କ ଅନୁସାରେ ଆଇଆଇଟିରେ ପାଠପଢିବାମାନେ କେବଳ ଭଲ ଚାକିରି ମିଳିଥାଏ ତା ନୁହେଁ ବରଂ ଭଲ ପ୍ୟାକେଜ ବି ମିଳିଥାଏ । ଏହି କାରଣରୁ ଭାରତରୁ ପ୍ରାୟ ୧୦ ହଜାରରୁ ଊଦ୍ଧ୍ୱ ଛାତ୍ରଛାତ୍ରୀ ପାଠପଢିଥାନ୍ତି ଆଇଆଇଟିରେ । ହେଲେ ସବୁଥର ଭଳି ଏଥର ବଦଳିଛି ଆଇଆଇଟିରେ ଚାକିରି ପାଇବାର ସୁବିଧା । ଚଳିତ ଶିକ୍ଷାବର୍ଷ ଅନୁସାରେ ବହୁ ଛାତ୍ରଛାତ୍ରୀ ଆଇଆଇଟି ସଂସ୍ଥାରେ ପାଠପଢିଥିଲେ ବି ଏବେ ବି ବେରୋଜଗାର ହୋଇ ବସିଛନ୍ତି । ରିପୋର୍ଟ ଅନୁସାରେ ପାଖାପାଖି ଏବେ ବି ୮ହଜାରରୁ ଅଧିକ ପିଲା ବେରୋଜଗାର ହୋଇ ବସିଛନ୍ତି । ଆଉ ଯାହାକୁ ନେଇ ଏକ ଗମ୍ଭୀର ସମସ୍ୟା ସୃଷ୍ଟି ହେବାସହ ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି । ପାଖାପାଖି ୩୮ ପ୍ରତିଶତ ପିଲାଙ୍କୁ ମିଳିଛି ଚଳିତ ଥର ଚାକିରି । ବାକି ଶତାଧିକ ପିଲା ଏବେ ବି ବେରୋଜଗାର ରହିଛନ୍ତି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ ବା ଆଇଆଇଟିରେ ପାଠ ପଢିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ସ୍ୱପ୍ନ ଦେଖନ୍ତି। ଆଇଆଇଟିରୁ ଅଧ୍ୟୟନ କରିବାପରେ ଜଣେ ସହଜରେ ଲକ୍ଷଲକ୍ଷ ଟଙ୍କା ମୂଲ୍ୟର ଚାକିରି ପ୍ୟାକେଜ୍ ପାଇଥାନ୍ତି । ଅନେକ ଛାତ୍ରଛାତ୍ରୀ ଆଇଆଇଟିରେ ଡିଗ୍ରୀ ସମାପ୍ତ କରିବା ପରେ ବିଦେଶ ଯାଆନ୍ତି । ପ୍ରତିବର୍ଷ ଲକ୍ଷଲକ୍ଷ ଯୁବକ ଜେଇଇ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି । ଏଥିପାଇଁ ବହୁତ ପରିଶ୍ରମ କରନ୍ତି । ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସେମାନେ ଆଇଆଇଟିରେ ଆଡମିଶନ ନିଅନ୍ତି । ୪ ବର୍ଷ ପାଇଁ ସେମିଷ୍ଟାର ପରୀକ୍ଷା ପରେ ଜଣେ ଇଞ୍ଜିନିୟର ହୁଅନ୍ତି । ଆଉ ଆଶା ରଖିଥାନ୍ତି କି ସେମାନେ ବଡ ଇଞ୍ଜିନିୟର ହେବା ସହ ମୋଟା ଅଙ୍କର ଦରମା ବି ପାଇବେ । ହେଲେ ସେ ସବୁ ଆଶା ଏବେ ପ୍ରତ୍ୟେକ ଆଇଆଇଟି ପିଲାଙ୍କ ପାଇଁ ସ୍ୱପ୍ନ ରହିଯାଇଛି ।