ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ ଓ କାଶ୍ମୀରରେ ସ୍ଵାସ୍ଥ୍ୟସେବା ‘ସେହତ ଯୋଜନା’ର ଶୁଭାରମ୍ଭ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନାରେ ଅନ୍ତର୍ଗତରେ ଏହି ଯୋଜନାର ଆରମ୍ଭ କରାଯାଇଛି । ଏହି ଯୋଜନା ପିଏମ୍ ଜୟ ସେହତ ନାମରେ ମଧ୍ୟ ପରିଚିତ । ସୂଚନା ଅନୁସାରେ ଏହି ଯୋଜନାରେ ଜାମ୍ମୁ କାଶ୍ମୀରର ସମସ୍ତ ବାସିନ୍ଦାଙ୍କୁ ସାମିଲ କରାଯିବ ।
ଯୋଜନାର ଆରମ୍ଭ କରିବା ସମୟରେ ପ୍ରଧାନମନ୍ତ୍ରୀ ଜାମ୍ମୁକାଶ୍ମୀର ବାସିନ୍ଦାଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଯେ ଆଜି ଜାମ୍ମୁକାଶ୍ମୀର ବାସିନ୍ଦାଙ୍କ ପାଇଁ ଏକ ଐିତିହାସିକ ଦିନ ଅଟେ । ଆଜିଠାରୁ ଜାମ୍ମୁ ଓ କାଶ୍ମୀରର ସମସ୍ତ ଜନତା ଏହି ଯୋଜନାର ଲାଭ ପାଇପାରିବେ।ପାଖାପାଖି ୨୨୯ ସରକାରୀ ହସ୍ପିଟାଲ ଓ ୩୫ ବେସରକାରୀ ହସ୍ପିଟାଲକୁ ଏହି ଯୋଜନାରେ ସାମିଲ କରାଯାଇଛି । ପାଖାପାଖି ୫ ଲକ୍ଷ ଲୋକ ଏହି ଯୋଜନା ମାଧ୍ୟମରେ ମାଗଣାରେ ଚିକିତ୍ସିତ ହୋଇପାରିବେ ।