SunstarTV
ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ପ୍ରେସ୍ମିଟ କରି ସୂଚନା ଦେଲେ ବୋର୍ଡ ସଭାପତି ।
ଆସନ୍ତା ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ। ୧୧ଟା ୩୦ ସୁଦ୍ଧା ୱେବସାଇଟ୍ରେ ରେଜଲ୍ଟ ମିଳିବ । ଇଣ୍ଟରନେଟ୍ ସୁବିଧା ନ ଥିଲେ ଏସ୍ଏମ୍ଏସ୍ରେ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଏଥିସହ ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ।
ଇଣ୍ଟରନେଟ୍ ସୁବିଧା ନ ଥିଲେ ଏସଏମଏସରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଜାଣି ପାରିବେ। ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଅପରାହ୍ଣରେ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ସାର୍ଟିଫିକେଟ୍ ମିଳିବ। ୫୬୭୬୭୫୦କୁ ଏସଏମଏସ କରି ରେଜଲ୍ଟ ପାଇପାରିବେ। ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ କରି ପାରିବେ ଛାତ୍ରଛାତ୍ରୀ। ମଧ୍ୟମା ଓ ଏସଓଏସସି-୧ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ। ୨୯/୫ରୁ ୧୨/୬ ମଧ୍ୟରେ ଚେକିଂ ପାଇଁ ଛାତ୍ରଛାତ୍ରୀ ଆବେଦନ କରି ପାରିବେ।