SUNSTARTV
ମଝି ଆକାଶରେ ଥରି ଉଠିଲା ବିମାନ । ଆକାଶ ମଝିରେ ବିମାନକୁ ଝଟକା ଲାଗିବରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଗୁରୁତର ଆହତ ହୋଇଛନ୍ତି । ଦେଖନ୍ତୁ ଏ ହେଉଛି ସେହି ସମୟର ଦୃଶ୍ୟ । ସିଙ୍ଗାପୁର ଏୟାରଲାଇନ୍ସ , ଲଣ୍ଡନରୁ ସିଙ୍ଗାପୁର ଯାଉଛି । ଲଣ୍ଡନ ହେଥ୍ରୋ ବିମାନବନ୍ଦରରୁ ଉଡାଣ ଭରିଥିଲା ଏହି ଏୟାରଲାଇନ୍ସ ବଇଂ ୭୭୭-୩୦୦ ବିମାନ । ବିମାନରେ ବସିଥିଲେ ୨୧୧ ଜଣ ଯାତ୍ରୀ ଏବଂ ୧୮ ଜଣ କ୍ରୁ ମେମ୍ବର । ୬ ଜଣ ଅଷ୍ଟ୍ରେଲିଆନ, ଦୁଇ ଜଣ କାନାଡିଆନ, ଜର୍ମାନର ଜଣେ, ୩ ଜଣ ଭାରତୀୟ, ଇଣ୍ଡୋନେସିଆର ଦୁଇଜଣ, ନ୍ୟୁଜଲ୍ୟାଣ୍ଡର ୨୩ ଜଣ, ସିଙ୍ଗାପୁରର ୪୧ ଜଣ, ୟୁକେର ୪୭ ଜଣଏବଂ ଆୟାରଲ୍ୟାଣ, ଇସ୍ରାଇଲ, ମାଲେସିଆ, ମିୟାମାର ଭଳି ବହୁ ଦେଶର ଯାତ୍ରୀ ବିମାନରେ ଥିଲେ । ସମସ୍ତଙ୍କୁ ନେଇ ଆକଶକୁ ଚିରି ଆଗକୁ ବଢୁଥିବା ଏହି ଏୟାରଲାଇନ୍ସ ହଠାତ ଥରି ଉଠିଥିଲା ।
୩୭ ହଜାର ଫୁଟ ଉପରେ ଏୟାର ଟର୍ବୁଲାନ୍ସ ଆସିଥିଲା । ବିମାନରେ ବସିଥିବା କେହି ଯାତ୍ରୀ ସିଟ୍ ବେଲ୍ଟ ବାନ୍ଧିନଥିବାରୁ ସମସ୍ତେ ସମସ୍ତଙ୍କ ସହ ଧକ୍କା ହୋଇଥିଲେ । ଆତ୍ର ଚିକ୍ରାରରେ କମ୍ପି ଉଠଇଲା ମଝିଆକାଶ । ଏ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନ ଭତରେ ବସିଥିବା ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ବିମାନଟି ବ୍ୟାଙ୍କକରେ ଜରୁରୀ ଅବତରଣ କରିବା ପରେ ତ୍ୱରାନ୍ୱିତ ହୋଇଥିଲା ଉଦ୍ଧାର କାର୍ଯ୍ୟ । ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଥାଇଲ୍ୟାଣ୍ଡ ମିଡିଆର ରିପୋର୍ଟ ଅନୁସାରେ ୩୦ ଜଣ ଗରୁତର ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୭୦କୁ ବଦ୍ଧି ପାଇଛି । ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ହେଉଛନ୍ତି ୭୩ ବର୍ଷିୟ ୟୁନାଇଟେଡ୍ କିଙ୍ଗଡମର ଜିଓଫ କିଚେନ । ସିଙ୍ଗାପୁର ଏୟାରଲାନ୍ସର ସିଇଓ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
Terror en el aire. Un muerto y al menos 30 heridos dejó un vuelo de Singapore Airlines que experimentó “graves turbulencias” durante un viaje de Londres a Singapur y que tuvo que desviarse y aterrizar de emergencia en Bangkok tras lo ocurrido @TReporta pic.twitter.com/2coUXcquya
— Gustavo J. Jiménez A. (@tavoj2828) May 21, 2024