SunstarTV
ଆଜି ଶୂନ୍ୟ ଛାୟା ଦିବସ। ଭୁବନେଶ୍ବର ସହରରେ ଓ ୨୨ ତାରିଖ ମଧ୍ୟାହ୍ନ ୧୧ଟା ୪୩ ମିନିଟ ସମୟରେ କଟକ, ୨୮ ତାରିଖରେ ବୁର୍ଲା ଓ ୨୯ ତାରିଖରେ ବାରିପଦାରେ ଶୂନ୍ୟ ଛାୟା ଦୃଶ୍ୟମାନ ହେବ । ଏହି ଦୃଶ୍ୟ ଦେଖିବା ପାଇଁ ସର୍ବସାଧାରଣଙ୍କ ପାଇଁ ଭୁବନେଶ୍ବର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ ଠାରେ ମେ ୨୧ ତାରିଖରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଯେହେତୁ ବର୍ଷର ଏହି ୨ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି। ସେ ସମୟରେ ଛାଇ ଦେଖାଯାଏ ନାହିଁ। ଏହି ଘଟଣାକୁ ଜ୍ୟୋର୍ତିବଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ’ ଭାବେ ନାମିତ କରିଛନ୍ତି। ଏପ୍ରିଲରୁ ଜୁନ୍ ଏବଂ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ୨ଥର ଶୂନ୍ୟ ଛାୟା ହୋଇଥାଏ ।
ପୃଥିବୀ ନିଜ କକ୍ଷ ପଥ ସହ ୨୩.୫ ଡିଗ୍ରୀ ଢଳି ରହିଛି। ଫଳରେ ସୂର୍ଯ୍ୟ ସବୁ ଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ ବା ଏକା ଜାଗାରେ ଅସ୍ତ ହୁଏ ନାହିଁ। ୨୧ ମାର୍ଚ୍ଚ ଠାରୁ ସୂର୍ଯ୍ୟ ଉଦୟର ସ୍ଥାନ ଧୀରେ ଧୀରେ ଉତ୍ତର ଦିଗରେ ଗତିକରି ୨୧ ଜୁନ ଦିନ ଉତ୍ତର ଦିଗର ସବୁଠାରୁ ଦୂରକୁ ଚାଲିଯାଏ।
ସେଠାରେ ପୁଣି ଦକ୍ଷିଣକୁ ଫେରିବାକୁ ଲାଗେ। ୨୧ ସେପ୍ଟେମ୍ବର ଦିନ ବିଷୁବ ରେଖା ଉପର ଦେଇ ୨୧ ଡିସେମ୍ବର ଦିନ ଦକ୍ଷିଣର ଶେଷ ବିନ୍ଦୁ ମକରକ୍ରାନ୍ତିରେ ଆସି ପହଞ୍ଚି ଥାଏ। ପୁଣି ତାପର ଦିନ ଠାରୁ ସୂର୍ଯ୍ୟର ଉତ୍ତର ଦିଗକୁ ଗତି ଆରମ୍ଭ ହୁଏ। ଏହି ପ୍ରକ୍ରିୟା ଅନବରତ ଚାଲି ରହିଛି।
ବର୍ଷରେ ଦୁଇ ଥର ସୂର୍ଯ୍ୟ ଆମ ମୁଣ୍ଡ ଉପରେ ରହେ ଏବଂ ଆମର ଛାଇ ଦୃଶ୍ୟମାନ ହୋଇନଥାଏ । ଯାହାକୁ ଜ୍ୟୋର୍ତିବିଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଦିବସ ବୋଲି କହିଥାନ୍ତି । ଏହି ଦିବସ କେବଳ ମକର କ୍ରାନ୍ତି ଓ କର୍କଟ କ୍ରାନ୍ତି ଭିତରେ ଥିବା ଅଞ୍ଚଳରେ ହିଁ ଘଟିଥାଏ । ଏଣୁ କନ୍ୟାକୁମାରୀ ଠାରୁ ଭାରତର ମଧ୍ୟଭାଗରେ ଥିବା କର୍କଟ କ୍ରାନ୍ତି ମଧ୍ୟରେ ଥିବା ସବୁ ଅଞ୍ଚଳରେ ଏପ୍ରିଲରୁ ଜୁନ୍ ଓ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ଦୁଇ ଥର ଶୂନ୍ୟ ଛାୟା ଘଟିଥାଏ ।
ଆମେ ସବୁଦିନ ଦେଖୁ ଯେ ସୂର୍ଯ୍ୟ ସବୁବେଳେ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ହୋଇ ଯାଏ । ସେ ସମୟରେ ଆମେ ବାହାରକୁ ଗଲେ ସବୁବେଳେ ସୂର୍ଯ୍ୟ ର ବିପରୀତ ଦିଗରେ ଆମର ଏକ ଛାଇ ସୃଷ୍ଟି ହୋଇଥାଏ ଯେତେବେଳ ଯାଏଁ ସୂର୍ଯ୍ୟ ର ଆଲୋକ ଥାଏ ସେତେବେଳଯାଏଁ ଛାଇ ରହିଥାଏ । ସୂର୍ଯ୍ୟ ଦିଗବଳୟର ଯେତେ ନିକଟରେ ଥାଏ ଛାଇର ଲମ୍ବ ସେତେ ଅଧିକ ହୋଇଥାଏ ଓ ସୂର୍ଯ୍ୟ ମୁଣ୍ଡଉପରକୁ ଆସିଗଲେ ଛାଇଟି ଖୁବ ଛୋଟ ହୋଇଯାଏ । କିନ୍ତୁ କେବେବି ଏହା ପୁରା ଉଭେଇ ଯାଏ ନାହିଁ । ପ୍ରକୃତରେ ସୂର୍ଯ୍ୟ ସବୁଦିନ ଠିକପୂର୍ବ ଦିଗରେ ଉଦୟ ହୁଏ ନାହିଁ କି ସବୁଦିନ ଠିକ ପଶ୍ଚିମ ରେ ଅସ୍ତ ଯାଏନାହିଁ । ବର୍ଷରେ କେବଳ ଦୁଇଟି ଦିନ ସୂର୍ଯ୍ୟ ପ୍ରକୃତ ପୂର୍ବ ଦିଗରେ ଉଦୟ ହୁଏ ଓ ମଧ୍ୟାହ୍ନରେ ଆମର ଠିକ ମୁଣ୍ଡ ଉପରେ ରହେ ଓ ସେ ସମୟରେ ଆମର ଛାଇ ଦେଖାଯାଏ ନାହିଁ।