ସନ୍ଷ୍ଟାର ଟିଭି ବ୍ୟୁରୋ
ଢେଙ୍କାନାଳ; ଢେଙ୍କାନାଳରେ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି କୃଷି ସମାବେଶ । ଏହି ସମାବେଶରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କୃଷି ଆଇନ୍ ବିଷୟରେ କୃଷକମାନଙ୍କୁ ବୁଝାଇଛନ୍ତି । ଚାଷୀମାଙ୍କୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି ଯୋଜନା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଚାଷୀଙ୍କ ଆୟ ଦ୍ଵିଗୁଣିତ କରିବାକୁ ସମସ୍ତ କାର୍ଯ୍ୟକ୍ରମ ଆଇମ୍ଭ ହୋଇଯାଇଛି । କୃଷିକୁ ବ୍ୟବସାୟର ରୂପ ଦେବା ପାଇଁ ପଦକ୍ଷେପ ନିଆଯାଇଛି । ନୂତନ କୃଷି ଆଇନରେ ଚାଷୀର ଲାଭ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ତେବେ ଓଡିଶା ସରକାରଙ୍କୁ ଟାର୍ଗେଟ କରି କାଳିଆ ପଇସା କୁଆଡେ ଗଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । କେନ୍ଦ୍ର ଚାଷୀମାନଙ୍କ ଉନ୍ନତି ପାଇଁ ପଇସା ଦେଇଥିଲେ ବି ଦଳୀୟ ଆଧାରରେ ଟଙ୍କା ବଣ୍ଟା ହୋଇଛି । ନୂତନ କୃଷି ଆଇନକୁ ନେଇ ଚାଷୀଙ୍କ ମନରେ ଅଯଥା ଡର ଓ ଭ୍ରମ ସୃଷ୍ଟି କରାଯାଇଛି । ଚାଷୀଙ୍କୁ ଠକା ଯାଉଛି ।
୨୦୧୩-୨୦୧୪ ମସିହାରେ ଧାନର MSP ଥିଲା ୧୩୧୦, ଏବେ ଏହା ୧୮୧୫ରେ ପହଞ୍ଚିଛି । ସର୍ବନିମ୍ନ ସହାୟକ ମୂଲ୍ୟ ଉଠାଯିବ ନାହିଁ । ଚାଷୀଙ୍କ ଜମି କୌଣସି ବଡ କମ୍ପାନୀକୁ ଯିବ ନାହିଁ । ନୂତନ କୃଷି ଆଇନ ବଳରେ ବାହାର ରାଷ୍ଟ୍ରରେ ଚାଷୀଙ୍କ ସମସ୍ତ ଉତ୍ପାଦନ ବିକ୍ରି ହୋଇପାରିବ । ବର୍ଜ୍ୟବସ୍ତୁ ଯେପରି ନଡା, କୁକଡା ଲେଣ୍ଡି, ଗୋବର ଆଜି ଜଙ୍ଗଲଜାତ ବର୍ଜ୍ୟବସ୍ତୁରୁ ଗ୍ୟାସ ତିଆରି କରାଯିବ ।