SunstarTV
ବିଜେଡି ଛାଡିଲେ ସମୀର ଦାସ ।ନିର୍ବାଚନ ପୂର୍ବରୁ ବିଜେଡି କୁ ଶକ୍ତ ଝଟକା ଲାଗିଛି । ନିର୍ବାଚନ ପାଇଁ ସବୁ ମାହୋଲ ଏବେ ଗରମା ଗରମ ଥିବା ବେଳେ ବିଜେଡି ଛାଡିଛନ୍ତି ସମୀର । ଭିଡ଼ିଓ ବାର୍ତ୍ତାରେ ସେ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ବିଜୁ ଜନତା ଦଳ ର ଜଣେ ଶୃଙ୍ଖଳିତ କାର୍ଯ୍ୟ କର୍ତ୍ତା ଭାବେ କାର୍ଯ୍ୟ କରିଆସୁଛି । କିନ୍ତୁ ଆଜିର ଦିନରେ ରାଜ୍ୟ ବିଜୁ ଜନତା ଦଳର ନେତା ମୋ ଉପରେ ଆସ୍ଥା ହରେଇଛନ୍ତି । ଯେଉଁଠାରେ ଆସ୍ଥା ନାହିଁ ଦଳ ରେ ରହିବା ମୋ ପାଇଁ ସମ୍ଭବକର ନୁହେଁ ବୋଲି ସମୀର କହିଛନ୍ତି । ଯାହା ପାଇଁ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି ଏବଂ ମୋର ଇସ୍ତଫା ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପଠାଇଛି ବୋଲି ସମୀର କହିଛନ୍ତି ।