SunStarTV
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍। ଭୋଟଗ୍ରହଣ ପ୍ରସ୍ତୁତି ନେଇ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆସନ୍ତା ସୋମବାର ଅର୍ଥାତ ମେ’ ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।
ସୂଚନା ମୁତାବକ ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ। ଏଠି ମୋଟ ଭୋଟର ସଂଖ୍ୟା ୭୯ ଲକ୍ଷ ୬୯ ହଜାର ୮୮୭ ରହିଛି । ଏହି ସ୍ଥାନରେ ୯୧୬୨ ଟି ମତଦାନ କେନ୍ଦ୍ର ରହିବ। ୧୦୪୧ଟି ବୁଥ ମହିଳା ପୁଲିଂ କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହୋବ । ୨୫ଟି ବୁଥ pwd କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ। ୧୫୪୧ ଆଦର୍ଶ ବୁଥ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ସୁରକ୍ଷାରେ ୧୦୨ କମ୍ପାନୀ ସିଏପିଏଫ ନିୟୋଜିତ ହେବେ। କନ୍ଧମାଳରେ ସବୁଠୁ ଅଧିକ ୨୨ କମ୍ପାନୀ ଫୋର୍ସ ମୁତୟନ ହେବେ।
ଚଳିତ ଥର ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । ଏହିଠାରେ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ । ସବୁଠାରୁ ଅଧିକ କନ୍ଧମାଳ ୨୨, ଗଞ୍ଜାମରେ ୨୦, ସୁନ୍ଦରଗଡ ୧୬, ବଲାଙ୍ଗୀର ଓ ବରଗଡ଼ରେ ୧୪ ଲେଖାଏଁ, ଝାରସୁଗୁଡା ଓ ବୌଦ୍ଧରେ ୫, ସୁବର୍ଣ୍ଣପୁର ୪ ଓ ନୟାଗଡ଼ରେ ୨ଟି କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ। ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୬୫ ଜଣ ପାର୍ଥି ରହିଛନ୍ତି । ସେଥି ମଧ୍ୟରୁ ୪୧ ଜଣ ମହିଳା ପ୍ରାର୍ଥୀ । ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ରହିଛନ୍ତି।