SUNSTARTV
friendship marriage: ଆଜିକାଲି ଜାପାନୀ ଯୁବପିଢିଙ୍କ ମଧ୍ୟରେ ଫ୍ରେଣ୍ଡସିପ ମ୍ୟାରେଜକୁ ନେଇ ଏକ ଟ୍ରେଣ୍ଡ ଚାଲିଛି । ନୂତନ ପିଢିର ପିଲାମାନେ ପରିବାର ଦାୟିତ୍ୱରୁ ବଞ୍ଚିବା ପାଇଁ ଏବଂ ପାରମ୍ପରିକ ବିବାହକୁ ରୋକିବା ପାଇଁ ଏହି ଫେଣ୍ଡିସିପ୍ ମ୍ୟାରେଜକୁ ଗ୍ରହଣ କରୁଛନ୍ତି । ତେବେ ଏହି ଫ୍ରେଣ୍ଡସିପ ମ୍ୟାରେଜର ସ୍ପେସାଲାଇଜିଷ୍ଟ ଏଜେନ୍ସି କଲର୍ସ ଦ୍ୱାରା ଦିଆଯାଥିବା ତଥ୍ୟରୁ ଜଣାପଡିଛି ଯେ, ୨୦୧୫ ମସିହା ପରଠାରୁ ପାଖାପାଖି ୫୦୦ ଲୋକ ଏହି ଫ୍ରେଣ୍ଡସିପ ମ୍ୟାରେଜ କରିସାରିଛନ୍ତି । ଏହି ବିବାହରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅନ୍ୟ ବିବାହଠାରୁ ସମ୍ପୂର୍ଣ୍ଣ ଅଲଗା । ଏହି ବିବାହରେ ପତି ପତ୍ନୀଙ୍କ ସମ୍ପର୍କ ଭିନ୍ନ ଏକ ବନ୍ଧୁତା ଉପରେ ଆଧାରିତ ହୋଇଥାଏ । ଯେଉଁଥିରେ ଉଭୟ ପରସ୍ପରର ସୁଖ ଦୁଃଖରେ ଛିଡା ହେବାକୁ ବାଧ୍ୟ ହୋଇଥାନ୍ତି । ତେବେ ଆପଣ ଯଦି ଏହି ବିବାହ ଧାରାକୁ ସଠିକ ଭାବେ ବୁଝିବାକୁ ଚାହୁଁଛନ୍ତି, ତାହାଲେ ଏହି ଲେଖାଟିକୁ ସମ୍ପୂର୍ଣ୍ଣ ପଢନ୍ତୁ ।
ଫ୍ରେଣ୍ଡସିପ ମ୍ୟାରେଜ କଣ:
ଫ୍ରେଣ୍ଡସିପ ମ୍ୟାରେଜରେ ଉଭୟ ଯୁବକ ଯୁବତୀ ଅଇନଗତ ଭାବେ ବିବାହ କରିଥାନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ଭାବପ୍ରବଣ ଏବଂ ଶାରୀରିକ ସମ୍ପର୍କ ନଥାଏ । ଉଭୟଙ୍କ ପ୍ରତି ସମ୍ନାନ, ମୂଲ୍ୟ , ଖର୍ଚ୍ଚ, ଇମୋସନାଲ ସପୋର୍ଟ ଏବଂ ସ୍ଥିରତାକୁ ଆଧାର କରି ଏହି ଦମ୍ପତ୍ତି ପରସ୍ପର ସହିତ ରହିବାକୁ ନିଷ୍ପତ୍ତି ନେଇଥାନ୍ତି । ଏହି ଯୋଡି ପିଲା ଜନ୍ମ କରିବେ କି ନାହିଁ ତା ଉପରେ ମଧ୍ୟ ଉଭୟ ମିଶି ନିଷ୍ପତ୍ତି ନେଇଥାନ୍ତି । ସରଳ ଭାଷାରେ କହିବାକୁ ଗଲେ ଏହି ବିବାହରେ ସ୍ୱାମୀ- ସ୍ତ୍ରୀ ଜୀବନସାଥୀ ନୁହଁନ୍ତି ବରଂ ଏକ ରୁମମେଟ ଭାବରେ ରହିଥାନ୍ତି ।
ଏହି ଲୋକଙ୍କୁ ଭଲ ଲାଗିଥାଏ ଏହି ଟ୍ରେଣ୍ଡ:
ରିପୋର୍ଟ ଅନୁସାରେ ୩୦ ବର୍ଷ ପରେ ଅଧିକ ରୋଜଗାର କରୁଥିବା ଲୋକମାନେ ଏହି ଫ୍ରେଣ୍ଡସିପ ମ୍ୟାରେଜ ଟ୍ରେଣ୍ଡକୁ ଖୁବ ପସନ୍ଦ କରୁଛନ୍ତି । ଏହା ବ୍ୟତୀତ ଯେଉଁମାନେ ରୋମାଣ୍ଟିକ ହୋଇ ନଥାନ୍ତି କିମ୍ବା ଯୌନ ସମ୍ପର୍କ ରଖିବାକୁ ପସନ୍ଦ କରି ନଥାନ୍ତି ସେମାନଙ୍କୁ ମଧ୍ୟ ଏହି ମ୍ୟାରେଜ ଖୁବ ପସନ୍ଦ ଆସିଥାଏ । ଫ୍ରେଣ୍ଡସିପ ମ୍ୟାରେଜ ଲୋକପ୍ରିୟ ଏବା ପଛରେ ଆଉ ଏକ କାରଣ ମଧ୍ୟ ରହିଛି । ତାହା ହେଉଛି ଆଜିର ମହଙ୍ଗା ଯୁଗ ଏବଂ ଚାକିରୀରେ ଅସୁରକ୍ଷୀତତା । ଯାହାଫଳରେ ଏହି ମ୍ୟାରେଜ ଟ୍ରେଣ୍ଡରେ ରହିଛି । ତେବେ ଏହି ମ୍ୟାରେଜର କିଛି ବିଶେଷତ୍ୱ ମଧ୍ୟ ରହିଛି । ସେଗୁଡିକ ହେଉଛି ଯଥା, ଏକାଠି କିମ୍ବା ଅଲଗା ଅଲଗା ରହିବାର ନିଷ୍ପତ୍ତି , ପୋଷ୍ୟସନ୍ତାନ ଗ୍ରହଣ, ପାରମ୍ପରିକ ବିବାହର ସୀମା ବାହାରେ ସହାୟକ ଏବଂ ସହଭାଗିତା ବିବାହ ପୂର୍ବରୁ ଭବିଷ୍ୟତ ଉପରେ ଚର୍ଚ୍ଚା କରିବା ପାଇଁ ଅନେକ ସମୟ ମିଳିବା ଆଦି ଏହି ବିବାହକୁ ଯୁବପିଢିଙ୍କ ମଧ୍ୟରେ ଲୋକପ୍ରିୟ କରାଇଛି ।