Sunstar TV
ମୁମ୍ବାଇ : ଆଉ କ୍ରିକେଟ ଖେଳିବେନି କ୍ରିକେଟର କିଙ୍ଗ । ସବୁଦିନ ପାଇଁ କ୍ରିକେଟକୁ ବାଏ ବାଏ କହିପାରନ୍ତି ବିରାଟ କୋହଲି । ଖେଳରୁ ନେଇପାରନ୍ତି ଅବସର । ଏଭଳି କିଛି କଥା ସେୟାର କରିଛନ୍ତି ନିଜ ସୋସିଆଲ ଆକାଉଣ୍ଟରେ । ଏହାସହ ଏକ ସାକ୍ଷାତକାରରେ ଏଭଲି ମନ୍ତବ୍ୟ ଦେଇଛନ୍ତି କୋହଲି । ସେ ଏଥିରେ କହିଛନ୍ତି କ୍ରିକେଟ କ୍ୟାରିଅର ଶେଷ ହେବାପରେ ମୁଁ ମଇଦାନ ଛାଡି ଚାଲିଯିବି । ମୋତେ କିଛି ସମୟ ପାଇଁ ଆଉ ପଡିଆରେ ଦେଖିପାରିବେନି ପ୍ରଶଂସକ । ତେବେ ବିରାଟଙ୍କ ଏଭଳି କଥା ଶୁଣି ତାଜୁବ ହୋଇଛନ୍ତି ତାଙ୍କ ଫ୍ୟାନ୍ସ ଫଲୋଇଙ୍ଗ । ପ୍ରତ୍ୟେକ କ୍ରିକେଟ ଖେଳାଳୀଙ୍କର ଦିନେ ମଇଦାନରେ ଶେଷ ଦିନ ଥାଏ । ମୋର ବି ଅଛି । ମୁଁ ସବୁଦିନ ପାଇଁ ଖେଳି ପାରିବି ନାହିଁ । ଆଉ ଅବସର ପରେ ପଶ୍ଚତାପ ଆଦୌ କରିବିନି । ତେବେ ଯେପର୍ଯ୍ୟନ୍ତ ଖେଳିବି ଭଲ ଖେଳିବି । ଆଉ ଯେଉଁଦିନ ଅବସର ନେବି ସେହିଦିନ କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଦେବି । ଏଇଠି କହି ରଖୁଛୁ ଯେ ବିରାଟ କେବେ ଅବସର ନେବେ ସେନେଇ ଏଯାଏଁ ସ୍ପଷ୍ଟ କରିନାହାଁନ୍ତି । ତେବେ ବିରାଟ ଅବସର ନେଲେ ବେଶ କଷ୍ଟ ପାଇବା ସହ ମନଦୁଃଖ କରିବେ ପ୍ରଶଂସକ । ସୂଚନାନୁସାରେ ଚଳିତ ଆଇପିଏଲରେ ବେଶ ଭଲ ଖେଳ ପ୍ରଦର୍ଶନ କରିଛନ୍ତି ବିରାଟ । ସର୍ବାଧିକ ରନ୍ କରି ଅରେଞ୍ଜ କ୍ୟାପ ହାତେଇଛନ୍ତି ବିରାଟ । ୧୩ଟି ମ୍ୟାଚରୁ ସେ ୬୬୧ ରନ୍ ହାଲସ କରିଛନ୍ତି । ଖାଲି ସେତିକି ନୁହେଁ ବିଶ୍ୱକପରେ ମଧ୍ୟ କୋହଲିଙ୍କ ଭଲ ପ୍ରଦର୍ଶନ ଥିଲା । ଟୁର୍ଣ୍ଣାମେଣ୍ଟରେ ବିରାଟ ଭଲ ଖେଳ ପ୍ରଦର୍ଶନ କରିଥିବାରୁ ଏବେ ବି ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଛନ୍ତି ବିରାଟ କୋହଲି ।