Sunstar TV
ଭୁବନେଶ୍ୱର : ରାଜସ୍ଥାନର ଝୁନଝୁନ ଜିଲ୍ଲା ଏଚସିଏଲ କୋଲିହାନ କପର ଖାଦାନରେ ଦୁର୍ଘଟଣା । ଉଦ୍ଧାର ହେଲେ ଲିପ୍ଟ ଛିଣ୍ଡି ଫସିଥିବା ୧୪ ଜଣ ଅଫିସର । ଦୀର୍ଘ ୧୧ ଘଣ୍ଟାର ରେସକ୍ୟୁ ଅପରେସନ ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଗୁରୁତରଙ୍କୁ ଗୋଡ ଓ ହାତରେ ଶକ୍ତ ଆଘାତ ଲାଗିଥିବାରୁ ସେମାନଙ୍କୁ ଜୟପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଏକ ଛାତିଥରା ଘଟଣା ମଙ୍ଗଳବାର ରାତିରେ ଘଟିଥିଲା । । କୋଲକତାରୁ ରାଜସ୍ଥାନ ଯାଇଥିବା ଭିଜିଲାନ୍ସ ଟିମ୍ ଏଚସିଏଲକୁ ଯାଇଥିଲେ। କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ଭିଜିଲାନ୍ସ ଟିମ୍ ସଦସ୍ୟ ସମୁଦାୟ ୧୪ ଜଣ ଲିଫ୍ଟରେ ଥିବା ବେଳେ ପ୍ରାୟ ୧୮ଶହ ଫୁଟ ତଳେ ଲିପ୍ଟ ଛିଣ୍ଡି ଯାଇଥିଲା। ଖବର ପାଇ ତୁରନ୍ତ ବରିଷ୍ଠ ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ। ଏଥିସହ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ମୁତୟନ ଥିବା ବେଳେ ଆଖପାଖ ହସ୍ପିଟାଲର ଆମ୍ବୁଲାନ୍ସ ବି ପହଞ୍ଚି ଯାଇଥିଲା । ତୁରନ୍ତ ରେସକ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପ୍ରାୟ ୧୧ ଘଣ୍ଟାର କଠିନ ପରିଶ୍ରମ ପରେ ସମସ୍ତ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପ୍ରଥମେ ୩ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିବା ବେଳେ ଆଉ କିଛି ଘଣ୍ଟା ପରେ ଆଉ ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।