SUNSTARTV
ସନଷ୍ଟାର ଟିଭି ବ୍ୟୁରୋ:ଆଜିକାଲି ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । କେବଳ ଦେଶ ନୁହେଁ ବରଂ ସମଗ୍ର ବିଶ୍ୱରେ ଏହାର ଚାହିଦା ଅଧିକ ରହିଛି । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ସମସ୍ତେ ଏହି ସୋସିଆଲ ମିଡିଆରେ ଅନେକ ସମୟ ଅତିବାହିତ କରିଥାନ୍ତିି । ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ଲାଗିଥିବା ଡିପି ଦେଖି ବନ୍ଧୁତା କରିବାକୁ ମଧ୍ୟ ଚେଷ୍ଟା କରନ୍ତି । ଯଦି ଏଭଳି ସ୍ଥିତିରେ ଆପଣ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ଖୋଲନ୍ତି ତେହାଲେ ଆପଣ ଲୋକଙ୍କ ପ୍ରୋଫାଇଲ ବା ଡିପି ଗୋଲାକାର ଭାବରେ ରହିଥିବା ଦେଖିଥାନ୍ତି । ସେ ଫେସବୁକ ହେଉ କି ହ୍ୱାଟସଆପ୍ କିମ୍ବା ଅନ୍ୟ କୌଣସି ଆପ୍ । ଏହି ପ୍ରୋଫାଇଲ ଫଟୋ ବା ଡିପିକୁ ନେଇ ମନରେ ଏକ ପ୍ରଶ୍ନ ଉଙ୍କିମାରେ । ସୋସିଆଲ ମିଡିଆ ଡିପି ଗୋଲକାର କାହିଁକି । କଣ ରହିଛି ଏହାର କାରଣ । ବର୍ତ୍ତମାନ ଆସନ୍ତୁ ଜାଣିବା ସୋସିଆଲ ମିଡିଆ ଡିପି ବିଷୟରେ ।
ସୋସିଆଲ ମିଡିଆରେ ଏକ ଆକାଉଣ୍ଟ ତିଆରି କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତି ତାଙ୍କ ପ୍ରୋଫାଇଲକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । କିଛି ଲୋକ ସେମାନଙ୍କର ଅତି ସୁନ୍ଦର ଫଟୋକୁ ତାଙ୍କ ଡିପିରେ ରଖିଥାନ୍ତି । ଫଟୋ ଅପଲୋଡ କରିବା ସମୟରେ ଯଦିଓ ଫଟୋ ବର୍ଗାକାର ରହିଥାଏ କିନ୍ତୁ ଏହା ସେଟ୍ ହୋଇସାରିବା ପରେ ଏହା ଆମକୁ ଗୋଲକାର ଆକାରରରେ ହିଁ ଦେଖାଯାଏ । ତେବେ ଏହା ପଛରେ ସେମିତି କିଛି କାରଣ ଅଛି ନାଁ ଏକ କେବଳ ଏକ ପାର୍ଟନ । ଯାହା ବର୍ଷ ବର୍ଷ ଧରି ପ୍ରଚଳିତ ହୋଇ ଆସୁଛି । ତେବେ ସୋସିଆଲ ମିଡିଆ ଟିପି ଗୋଲକାର ଆକାର ହେବାର ଏକ କାରଣ ରହିଛି । ଯାହାକି ଏକ ସାଧାରଣ ଲଜିକ୍ ।
ଆପଣମାନେ ଜାଣିଥିବେ ଯଦି ଆପଣ ସୋସିଆଲ ମିଡିଆରେ ଏକ ଫଟୋ ପ୍ରୋଫାଇଲରେ ଦେଉଛନ୍ତି ତେବେ ଏହାକୁ ଏକ ଛୋଟ ଆକାରରେ ଦଖିବାକୁ ପଡିଥାଏ । ସେଥିପାଇଁ ଆପଣ ଏହାକୁ ଏକ ବର୍ଗ କିମ୍ବା ଅନ୍ୟ କୌଣସି ଆକାରରେ ରଖିପାରିବେ ନାହିଁ । କାରଣ ଯଦି ଆପଣ ଫଟୋକୁ ଅନ୍ୟ କୌଣସି ଆକାରରେ ରଖନ୍ତି ତେବେ ଏହା କୋଣ କାରଣରୁ କିଛି ଅଂଶ କଟିଯିବ । ଫଳରେ ଫଟୋଟି ଅସୁନ୍ଦର ଦେଖାଯିବ । ତେଣୁ ଏହାକୁ ଗୋଲାକାର ଆକାରରେ ହିଁ ରଖାଯାଏ । ସୋସିଆଲ ମିଡିଆ ଡିପି ଗୋଲାକାର ହେବାର ଅନ୍ୟ ଏକ କାରଣ ମଧ୍ୟ ରହିଛି । ସେହି କାରଣଟି ହେଉଛି, ବାସ୍ତବରେ ମୁଷ୍ୟର ଚେହେରା ଗୋଲାକାର ଆକୃତିର ହୋଇଥାଏ । ତେଣୁ ଚେହେରା ଗୋଲାକାର ଫ୍ରେମରେ ରହିଲେ ହିଁ ସୁନ୍ଦର ଦେଖାଯାଏ । ଏଥିସହିତ ଚେହେରାର ସଠିକ ଆକୃତି ଦୃଶ୍ୟମାନ ହୋଇଥାଏ । ତେଣୁ ଏହି ଦୃଷ୍ଟିରୁ ସୋସିଆଲ ମିଡିଆର ପ୍ରୋଫାଇଲ ଫଟୋ ବା ଡିପି ଗୋଲାକାର ହୋଇଥାଏ ।
ପୂର୍ବରୁ ସୋସିଆଲ ମିଡିଆ ଆପ ଫଏସବୁକର ପ୍ରୋଫାଇଲ ଫଟୋ ବର୍ଗାକାର ଆକୃତିର ଥିଲା । କିନ୍ତୁ ଏହାକୁ ୟୁଜରମାନେ କିଛି ଖାସ ପସନ୍ଦ କରିଲେ ନାହିଁ । ଫଳରେ ଫେସବୁକର ମାଲିକ ତାଙ୍କ ଆପର ପ୍ରୋଫାଇଲ ଅବଡେଟ୍ କରି ସର୍କଲ ଆକୃତିର ସେଟ କରିଦେଲେ । ସେବେଠାରୁ ଫେସବୁକ ଇନଷ୍ଟାଗ୍ରାମ, ହ୍ୱାଟସଆପ ଭଳି ସୋସିଆଲ ମିଡିଆ ଆପଗୁଡିକର ଡିପି ବା ପ୍ରୋଫାଇଲ ଗୋଲାକାର ଆକାରରେ ଦେଖାଯାଏ ।