SunstarTV
ଆରମ୍ଭ ହେଲା ମତଦାନ । ଓଡିଶାରେ ଲୋକସଭା ଓ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଭୋଟ ଦେବାକୁ ବୁଥ ଗୁଡିକରେ ମତଦାତାଙ୍କ ଲମ୍ବା ଲାଇନ । ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ଭୋଟ ଦେବେ ୬୨,୮୭,୨୨୨ ଭୋଟର ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ରହିଥିବା ବେଳେ ଆଜି ୨୮ ବିଧାନସଭାରେ ପଡିବ ଭୋଟ୍ ।
ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ୪ ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ଭୋଟଗ୍ରହଣ ହେବ । ମୋଟ ୪ ସାଂସଦ ଓ ୨୮ ବିଧାୟକଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ ।
ସେପଟେ ୨୮ ଆସନରୁ ବିଜେଡି ୨୪ ଆସନରେ ବାଜିମାତ ପାଇଁ ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ୍ । ଏପଟେ ୨୦ରୁ ଅଧିକ ଆସନ ଜିତିବ ବୋଲି ବିଜେପି ଆଶା ରଖିଥିବା ବେଳେ କଂଗ୍ରେସ ମଧ୍ୟ ଆସନ ହକଦାର ହେବ ବୋଲି ପ୍ରକାଶ କରିଛି ।
ଯଦି ଆମେ ୨୦୨୯ ନିର୍ବାଚନ ଉପରେ ନଜର ପକାଇବେ ତେବେ କୋରାପୁଟ ଲୋକସଭା କଂଗ୍ରେସ ହାତେଇଥିଲା, ବ୍ରହ୍ମପୁର ଓ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ବିଜେଡି ବିଜୟୀ ହୋଇଥିଲା ଏବଂ କଳାହାଣ୍ଡି ଲୋକସଭା ବିଜେପି ଜିତିଥିଲା । ଏହା ସହିତ ୨୮ ବିଧାନସଭାରୁ ବିଜେଡି-୨୦, ବିଜେପି-୪, କଂଗ୍ରେସ-୩ ଜିତିଥିଲେ ଏବଂ ଗୋଟିଏ ଆସନ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ ।