SUNSTARTV
ସନଷ୍ଟାର ଟିଭି ବ୍ୟୁରୋ:୨୪ ସାଧାରଣ ନିର୍ବାଚନରେ ଅବୁଝା ହେଉଛି କଟକ ଗଣିତ । ସାଧାରଣ ଜନତା କାହାକୁ ଦେବେ ଭୋଟ ଆଉ କିଏ ହାରିବ ବାଜି, ସେ ନେଇ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ତେବେ ଚଳିତ ବର୍ଷର ଗ୍ରୀଷ୍ମ ତାତିଠାରୁ ଅଧିକ ତାତି କଟକର ରାଜନୀତି । କିଏ ଧରିବ ବିଜୟର ମଙ୍ଗ ଆଉ କିଏ ଚାଖିବ ପରାଜୟର ସ୍ୱାଦ ସେନେଇ ଚାଲିଛି ଅଙ୍କ କଷା । ଏହାରି ଭିତରେ କଂଗ୍ରେସ ଦଳର ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ବଦଳି ଯାଇଛି କଟକ ରାଜନୀତି ପାଣିପାଗ । ଚଳିତ ନିର୍ବାଚନରେ ମୋକିମଙ୍କୁ ରାଜନୀତି ଯୁଦ୍ଧ ଲଢିବାକୁ ମନା କରିଛି କୋର୍ଟ । କିନ୍ତୁ ବାପାଙ୍କ ସ୍ୱାଭିମାନ ଏବଂ ରାଜନୀତିର ରଥ ଆଗକୁ ନେବାକୁ ସେ ଯେମିତି ସଂକଳ୍ପ ନେଇଛନ୍ତି ।
ହଁ ଦର୍ଶକବନ୍ଧୁ ଆମେ କହୁଛୁ କଂଗ୍ରେସର ଟାଣୁଆ ନେତା ତଥା କଟକ ବାରବାଚଟୀ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କ କଥା । ଯିଏ ଚଳିତ ଥର ବାପାଙ୍କ ଗଡରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେ ନୂଆ କରି ରାଜନିତିରେ ପାଦ ଦେଇଥିଲେ ମଧ୍ୟ ରାଜନୀତି ଗଣିତ ତାଙ୍କୁ ବେଶେ ଭଲଭାବେ ଜଣା । କାରଣ ୨୦୨୯ରୁ ବାପାଙ୍କ ସହ ରହି ସୋଫିଆ ଶିଖୁଥିଲେ ରାଜନୀତିର ପଶାପାଲି ଖେଳ । ଯାହାକୁ ଚଳିତ ନିର୍ବାଚନରେ ପ୍ରୟୋଗ କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେବା ସହ ରାଜନୀତି ମହଲରେ କମ୍ପନ ସୃଷ୍ଟି କରିଛି । ତେବେ ଏହି ପରିପେକ୍ଷୀରେ କଂଗ୍ରେସ ବିଧାୟିକା ପ୍ରାର୍ଥନୀ ସୋଫିଆ ଫିର୍ଦ୍ଦୋସ ମଧ୍ୟ କହିଛନ୍ତି ଚଳିତ ନିର୍ବାଚନର ଜବାବ କଟକବାସୀ ହିଁ ଦେବେ । ଏଥର ଯୁବ ଚେହେରାଙ୍କୁ ପସନ୍ଦ କରୁଛନ୍ତି କଟକବାସୀ ।
ସାଧାରଣ ନିର୍ବାଚନ ତାରିଖ ଯେତେଯେତେ ନିକଟତର ହେଉଛି ନେତାମାନଙ୍କ ହୃସ୍ପନ୍ଦନ ସେତେ ବଢିବଢି ଚାଲିଛି । ରାଜ୍ୟର ପ୍ରମୁଖ ତିନି ଦଳ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଅନ୍ୟ ଦଳକୁ ହରାଇବା ପାଇଁ ଚଳାଉଛନ୍ତି ଗୋଟି । କିଏ ପୁଅର ରାଜନୀତି କ୍ୟାରିୟର ପାଇଁ ଦଳକୁ ପର କରୁଛି ତ ଆଉ କିଏ ଶିଖାଉଛି ନିର୍ବାଚନ ଲଢିବାର ରଣନୀତି । ଖାସ କରି କଟକ ବାରବାଟୀରେ ଏଥର ରୋଚକ ହେବ ରାଜନୀତି । ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା ଭୋଟକୁ ରହିଛି ସମସ୍ତଙ୍କ ଅପେକ୍ଷା । ଯୁବନେତାଙ୍କୁ ମିଳିବ ସମର୍ଥନ ନାଁ କଟକ ବାରବାଟୀରେ ରାଜନୀତି ଗଣିତ ବିଗିଡି ଯିବ ତାହା ଦେଖିବାକୁ ବାକି ରହିଲା ।