ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ । ପ୍ରଥମ ମ୍ୟାଚ ହାରିବା ପରେ ଦ୍ଵିତୀୟ ଟେଷ୍ଟକୁ ଜିତିବା ପାଇଁ ଭାରତ ନିଜର ସମସ୍ତ ରଣ କୌଶଳ ପ୍ରସ୍ତୁତ କରିବ ।ତେବେ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଜିତିବା ପାଇଁ ବଡ ଧରଣର ପରିବର୍ତ୍ତନ କରାଯାଇଛି । ଦଳରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେ ଅଧିନାୟକ ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି । ସେହିପରି ରିଦ୍ଧିମାନ ଶାହାଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଛି । ଏଥିସହ କାଲିର ମ୍ୟାଚ ଖେଳି ଶୁଭମନ ଗିଲ ଓ ମହମ୍ମଦ ସିରାଜ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବେ ।
ପ୍ରଥମ ଟେଷ୍ଟରେ ଭାରତ ଶୋଚନୀୟ ପରାଜୟ ପାଇଁ ଏହି ମ୍ୟାଚ ଜିତାବାର ଲକ୍ଷ୍ୟରେ ଭାରତ । ଅଷ୍ଟ୍ରେଲିଆ ୪ ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ।
ଭାରତୀୟ ଦଳ : ଆଜିଙ୍କ୍ୟ ରାହାଣେ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ୍, ଚେତେଶ୍ୱର ପୂଜାରା(ଉପ ଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।
ALERT🚨: #TeamIndia for 2nd Test of the Border-Gavaskar Trophy against Australia to be played in MCG from tomorrow announced. #AUSvIND pic.twitter.com/4g1q3DJmm7
— BCCI (@BCCI) December 25, 2020