Sunstar Tv
CM Arvind Kejriwal: ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଠାରୁ ଅନ୍ତରୀଣ ଜାମିନ ମିଳିଛି।
ଜୁନ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପାଇଛନ୍ତି କେଜ୍ରିୱାଲ। ତେବେ କେଜ୍ରିୱାଲଙ୍କୁ ଜୁନ ୨ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ଗିରଫ କରାଯାଇଥିଲା। ଗିରଫ ହେବା ପରେ ତାଙ୍କୁ ତିହାର ଜେଲରେ ରଖାଯାଉଛି।
ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜୁନ ୧ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତେବେ ଜୁନ ୧ ତାରିଖ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନରେ ଆମ ଆଦମୀ ପାର୍ଟୀ ପାଇଁ ପ୍ରଚାର କରିପାରିବେ ।
କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ମିଳିବା ପରେ ଆପ କାର୍ଯ୍ୟାଳୟରେ ନେତାମାନଙ୍କ ଭିଡ ଜମିବା ଆରମ୍ଭ ହୋଇସାରିଲାଣି । ଆତିଶୀ ସୌରଭ ଭରଦ୍ୱାଜ, ଗୋପାଳ ରାୟ ଏବଂ ସନ୍ଦିପ ପାଠକ ପାର୍ଟୀ ମୁଖ୍ୟାଳୟ ପହଁଚିସାରିଛନ୍ତି ।
ଅନ୍ୟପଟେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଓକିଲ କହିଛନ୍ତି ଯେ, ନିର୍ବାଚନ ପ୍ରଚାର ଉପରେ କେହି ପ୍ରତିବନ୍ଧକ ଲଗାଇପାରିବେ ନାହିଁ। ଏଥିରେ କେଜ୍ରିୱାଲ ନିର୍ବାଚନକୁ ନେଇ କିଛି ବି କହିପାରିବେ।