Sunstar TV
ଭୁବନେଶ୍ୱର : ଆଜି ଓଡିଶା ଆସୁଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିପାଇଁ ବେଶ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର । ତେବେ ମୋଦୀଙ୍କ ପାଇଁ ରାସ୍ତାଘାଟ ଚଳଚଞ୍ଚଳ ଥିବା ବେଳେ ବଦଳିଛି ମୋ ବସ୍ ର ରୁଟ୍ । ଏହି କ୍ରମରେ ବସ ନଂ ୯, ୧୧, ୧୨, ୧୬, ୨୦, ୨୫, ୨୬, ୩୨, ୩୬, ୩୮, ୮୨ ନମ୍ବର ରୁଟରେ ଚାଲୁଥିବା ମୋ ବସ୍ ଗୁଡିକର ରାସ୍ତା ପରିବର୍ତ୍ତନ ହୋଇଛି । ତେଣୁ ଏହି ସବୁ ବସ୍ ରାଜମହଲ, ଆଚାର୍ଯ୍ୟ ବିହାର ଓ ଏଜିି ଛକ ଦେଇ ବାଣୀବିହାରରେ ପହଞ୍ଚିବ । ତେବେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କ୍ରୁଟ ପକ୍ଷରୁ ଏଭଳି ସୂଚନା ଜାରି କରାଯାଇଛି । ଯେପରି କୌଣସି ଯାତ୍ରୀ ହଇରାଣ ନହୁଅନ୍ତି ସେଥିପାଇଁ ଧ୍ୟାନ ରଖିଛି କ୍ରୁଟ୍ । ସୂଚନାନୁସାରେ ଆଜି ଅପରାହ୍ନ ୨ଟାରୁ ମାଷ୍ଟକ୍ୟାଣ୍ଟିନରୁ ବାଣୀବିହାର ରାସ୍ତାକୁ ଯାତାୟତ ପାଇଁ ବନ୍ଦ କରାଯିବ । ସେହିପରି ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ କରାଯିବ । ରାତି ସାଢେ ୯ଟାରେ ରୋଡ ଶୋ କରିବେ ମୋଦୀ । ଆଉ ରୋଡ୍ ଶୋ ସରିବା ପରେ ରାଜଭବନ ବାହାରି ଯିବେ ମୋଦୀ । ଯେଉଁ ଠାରେ ରାତ୍ରୀ ଯାପନ କରିବେ । ସେପଟେ ମୋଦୀଙ୍କ ଓଡିଶା ଗସ୍ତ ନେଇ ଓ ରୋଡ୍ ଶୋ ଲାଗି ଟ୍ରାଫିକ କଟକଣା କରାଯାଇଛି । କଟକଣା ଜାରି କରିଛି କମିଶନରେଟ ପୋଲିସ । ଆଜି ଅପରାହ୍ମ ୨ଟାରୁ ରୋଡ୍ ଶୋ ଯାଏଁ ଗାଡି ଚଳାଚଳ ବନ୍ଦ କରାଯାଇଛି ।