SunstarTV
କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି ନୂଆ ନିୟମ । ଡେରିରେ ଅଫିସ୍ ଆସିଲେ ଦରମା କଟିବ ଏବଂ ଆବସେଣ୍ଟ ବି ପଡିବ।ଅଧିକରୁ ଅଧିକ ମାତ୍ର ୧୫ ମିନିଟ୍ ପର୍ଯ୍ୟନ୍ତ କୋହଳ ମନୋଭାବ ଦେଖାଯିବ ଅର୍ଥାତ୍ ୧୦ଟା ୩୦ ପର୍ଯ୍ୟନ୍ତ ଅଫିସରେ ପହଞ୍ଚିବେ କର୍ମଚାରୀ । କିନ୍ତୁ ୧୦ଟା ୩୦ ପରେ ଆସିଲେ କାଟିବ ଦିନର ଦରମା।
ବିଳମ୍ବରେ ଆସିଲେ କର୍ମଚାରୀଙ୍କର ଦରମା କଟିବ। ଏନେଇ ଭୁବନେଶ୍ଵର ମହାନଗର ନିଗମ(ବିଏମ୍) ଘୋଷଣା କରିଛି। ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମ୍ସି । ଏହି ପରିପ୍ରେକ୍ଷୀରେ ସକାଳ ୧୦ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।
୧୦.୩୦ମିନିଟ୍ ପରେ ଆସିଲେ ବିଳମ୍ବ ବୋଲି ଧରାଯିବ।ବିଳମ୍ବରେ ଆସୁଥିବା କର୍ମଚାରୀଙ୍କୁ ତତ୍କ୍ଷଣାତ୍ ଛୁଟିରେ ଅଛନ୍ତି ବୋଲି ଘେଷଣା କରାଯିବ । ଏହା ସହ ‘କାମ ନାହିଁ ତ ଦରମା ନାହିଁ ନୀତି ଲାଗୁ କରାଯିବ।
ଏହା ସହିତ ମାସକରେ ୨ରୁ ଅଧିକ ବିଳମ୍ବ ଉପସ୍ଥାନ ପାଇଁ ଅଧାଦିନ ସିଏଲ୍ କଟିବ। ୧୦ ଦିନରୁ ଅଧିକ ବିଳମ୍ବ ଉପସ୍ଥାନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ସିଏଲ୍ ଇଏଲ୍ ନଥାଇ ୭ଦିନ ବିଳମ୍ବରେ ଆସିଲେ, ଗୋଟିଏ ଦିନର ଦରମା କଟିବ । ଏହି ନିୟମ ବିଏମ୍ସିର ସମସ୍ତ ସ୍ଥାୟୀ, ଠିକା, ଅନ୍ୟ କର୍ମଚାରୀଙ୍କ ପାଇଁ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି।