SunstarTV
ଓଡ଼ିଶାରେ ଚିହ୍ନଟ ହେଲା ରୁବେଲା ଭାଇରସ୍ । ନବରଙ୍ଗପୁର ଜିଲ୍ଲାରେ ୨ ରୁବେଲା ଭାଇରସ୍ରେ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।
ରୁବେଲାରେ ଆକ୍ରାନ୍ତ ୨ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡ଼ିଛି । ରୁବେଲା ଭାଇରସ୍ ସଂକ୍ରମଣ ସନ୍ଦେହରେ ୫ଟି ନମୁନା ଯାଞ୍ଚ ଲାଗି ପଠାଯାଇଥିଲା । ଏହାର ରିପୋର୍ଟ ଆସିବା ସହ ସେଥୁରୁ ୨ ଜଣ ୨ ରୁବେଲା ଭାଇରସ୍ରେ ସଂକ୍ରମିତ ଥିବା ଜଣାପଡିଛି । ଆଉ ଜଣଙ୍କଠାରେ ମିଳିମିଳା ଚିହ୍ନଟ ହୋଇଛି । ଅନ୍ୟପଟେ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ୨ ଶିଶୁ ରୁବେଲା ଭାଇରସ୍ରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଗାଁରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚିଛି। ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଛି । ଘିମିରି ସଦୃଶ୍ୟ ହୋଇ ଥଣ୍ଡା, କାଶ ଜ୍ଵରରେ ପୀଡ଼ିତ ହୋଇଥିଲେ ଶିଶୁ।
ତେବେ ଏହି ରୋଗ କଣ, ଆଉ ଏହାର ଲକ୍ଷଣ କଣ ଜାଣନ୍ତୁ…
ରୁବେଲା ଭାଇରସ ଏକ ଘାତକ ସଂକ୍ରାମକ ରୋଗ । ଏହାକୁ ଜର୍ମାନ ମିଳିମିଳା ବା ତିନି ଦିନିଆ ମିଳିମିଳା ମଧ୍ୟ କୁହାଯାଏ । ଜଣେ ଏଥିରେ ସଂକ୍ରମିତ ହେବା ପରେ ଜ୍ୱର , ଶରୀର ଯନ୍ତ୍ରଣା, ଆଖିରେ ଜ୍ୱଳନ, ଆଖି ଲାଲ, ଖାସ, ଗଳା ସଂକ୍ରମଣ ଆଦି ଲକ୍ଷଣ ଦେଖାଯାଇଥାଏ । ପାଖାପାଖି ଏକ ସପ୍ତାହ ମଧ୍ୟରେ ଶରୀରରେ ଲାଲ ଦାନା ଭଳି ଚିହ୍ନ ଦେଖାଦେଇଥାଏ ।
ସଂକ୍ରମିତ ରୋଗୀ ଛିଙ୍କିବା, ଖାସିବା ବା ଛେପ ପକାଇବା କାରଣରୁ ତା’ର ପାର୍ଟିକଲ ଜରିଆରେ ଏହି ଭାଇରସ୍ ଅନ୍ୟ ସୁସ୍ଥ ଲୋକଙ୍କୁ ବ୍ୟାପିଥାଏ।
ଏହି ଭାଇରସ ଦ୍ୱାରା ଜଣେ ସଂକ୍ରମିତ ହେବାର ୧୦ରୁ ୧୨ ଦିନ ମଧ୍ୟରେ ଲକ୍ଷଣ ଦେଖାଦେଥାଏ । ଏହି ରୋଗ ହେବା ପରେ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଏ ।