ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଟଲିଉଡ ଜଗତର ବର୍ଷିଆନ୍ ଅଭିନେତା ରଜନୀକାନ୍ତ ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲ୍ରେ ଚିକିତ୍ସା ହେଉଛନ୍ତି । ରକ୍ତଚାପରେ ସ୍ଥିରତା ନ ରହିବା କାରଣରୁ ସେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ।
ଆପୋଲୋ ହସ୍ପିଟାଲ୍ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ରିଲିଜରେ ଉଲ୍ଲେଖ ଅଛି ଯେ, ଆଜି ସକାଳେ ଶ୍ରୀ ରଜନୀକାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ୧୦ ଦିନ ହେବ ହାଇଦ୍ରାବାଦରେ ସେ ଏକ ଚଳଚ୍ଚିତ୍ର ସୁଟିଙ୍ଗରେ ବ୍ୟସ୍ତ ଥିଲେ । ସୁଟିଙ୍ଗ୍ ସେଟ୍ରେ ଦୁଇଜଣ ବ୍ୟକ୍ତି କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଜଣାପଡ଼ିଛି । ଡିସେମ୍ବର ୨୨ ତାରିଖ ଦିନ ରଜନୀକାନ୍ତଙ୍କର ନମୁନା ପରୀକ୍ଷା କରାଯାଇଥିଲା ଓ ସେ ନେଗେଟିଭ୍ ବୋଲି ଜଣାପଡ଼ିଥିଲା । ସେବେ ଠାରୁ ସେ ଆଇସୋଲେସନରେ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା।
କୋଭିଡ୍-୧୯ର କୌଣସି ଲକ୍ଷଣ ଦେଖାଯାଇ ନ ଥିଲେ ବି ତାଙ୍କ ରକ୍ତଚାପରେ ଖୁବ୍ ଅସ୍ଥିରତା ଥିବା ଜଣାପଡ଼ିଛି । ରକ୍ତଚାପ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସେ ଡାକ୍ତରଖାନାରେ ରହିବେ।
Rajinikanth admitted to hospital this morning after showing severe fluctuation in blood pressure. He’ll be investigated & monitored closely till his bp settles down before being discharged. He doesn’t have any other symptoms & is hemodynamically stable: Apollo Hospital, Hyderabad pic.twitter.com/lQYPErCFRk
— ANI (@ANI) December 25, 2020