Sunstar Tv
Pension of Bachelors: କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ଅନେକ ସରକାରୀ ଯୋଜନା ପ୍ରଣୟନ କରାଯାଉଛି। ଯାହା ଦ୍ବାରା ଲୋକମାନେ ଉପକୃତ ହେଉଛନ୍ତି। ଇତିମଧ୍ୟରେ ଅବିବାହିତଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି। ଏଥର ଏମାନଙ୍କୁ ମଧ୍ୟ ପ୍ରତିମାସରେ ପେନସନ୍ ଦେବେ ସରକାର।
ହରିୟାଣା ସରକାର ବେକାର ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି। ଯେଉଁଥିରେ ଅବିବାହିତ ଓ ବେକାରୀମାନେ ପେନସନ ସୁବିଧା ପାଇବେ।
ହରିୟାଣା ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟରେ ୪୫ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ଏବଂ ଅବିବାହିତ ପୁରୁଷଙ୍କୁ ପେନସନ ଯୋଗାଇବା ପାଇଁ ସରକାର ଯୋଜନା କରିଛନ୍ତି।
ଝାଜ୍ଜର ଜିଲ୍ଲାରେ ୮୨୭ ବିଧବା ଏବଂ ଅବିବାହିତ ପୁରୁଷ ସରକାରୀ ଯୋଜନାର ସୁଯୋଗ ନେଉଛନ୍ତି, ସେମାନଙ୍କୁ ମାସିକ ୩୦୦୦ ଟଙ୍କା ପେନ୍ସନ୍ ଦିଆଯାଉଛି। ଏହା ସହିତ ତାଙ୍କୁ ବୃଦ୍ଧାବସ୍ଥା ସମ୍ମାନ ମଧ୍ୟ ଦିଆଯିବ।
ସରକାରୀ ଯୋଜନା ବିବରଣୀ-
ଏହି ପେନସନ୍ ଯୋଜନା ଅନୁଯାୟୀ, ୪୦ ବର୍ଷରୁ ଅଧିକ ବିଧବା ଏବଂ ୪୫ ବର୍ଷରୁ ଅଧିକ ଅବିବାହିତ ପୁରୁଷଙ୍କୁ ମାସିକ ପେନସନ୍ ସୁବିଧା ଦିଆଯାଉଛି।
ଏହି ଯୋଜନା ଅଧୀନରେ ବିଧବାମାନଙ୍କ ବାର୍ଷିକ ଆୟ ସୀମା ୩ ଲକ୍ଷ ଟଙ୍କାରୁ କମ୍ ଥିବା ଉଚିତ୍। ଅବିବାହିତ ପୁରୁଷଙ୍କ ପାଇଁ ଏହି ସୀମା ହେଉଛି ୧ ଲକ୍ଷ ୮୦ ହଜାର ଟଙ୍କା।
ସରକାରଙ୍କ ଏହି ଘୋଷଣା ପରେ ଯୁବକମାନେ ବହୁତ ଖୁସି ଥିବା ଜଣାପଡ଼ିଛି। ଯୁବକମାନେ ମାସକୁ ୩୦୦୦ ହଜାର ଟାଙ୍କ ପାଇବାକୁ ନେଇ ବେଶ୍ ଖୁସି ଥିବା ଜଣାଇଛନ୍ତି।
ସରକାରଙ୍କ ଏହି ପେନସନ୍ ଯୋଜନା ଅନୁଯାୟୀ ବିଧବା ଏବଂ ଅବିବାହିତ ଲୋକମାନେ ୬୦ ବର୍ଷ ବୟସ ପରେ ବାର୍ଦ୍ଧକ୍ୟ ପେନ୍ସନ୍ ଯୋଜନାର ସୁବିଧା ମଧ୍ୟ ପାଇପାରିବେ।
ଆବେଦନ ପ୍ରକ୍ରିୟା-
ସରକାରଙ୍କ ଏହି ଯୋଜନାର ଲାଭ ପାଇବାକୁ ବିଧବା ଏବଂ ଅବିବାହିତ ଲୋକଙ୍କୁ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟରେ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଯଦି କୌଣସି ହିତାଧିକାରୀଙ୍କ ଜୀବନରେ କିଛି ପରିବର୍ତ୍ତନ ଆସେ ତେବେ ତାଙ୍କୁ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗକୁ ଜଣାଇବାକୁ ପଡ଼ିବ।