Sunstar Tv
Mushroom Korma: ଅନେକ ଥର ବିଭିନ୍ନ ପନିପରିବା କୋର୍ମା ଘରେ ତିଆରି କରାଯାଏ। ଯେତେବେଳେ ଆମେ ପରଠା କିମ୍ବା ପୁରୀ ସହିତ କୋରମା ଖାଇବାକୁ ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟରେ ମସରୁମ୍ କୋର୍ମା ଅର୍ଡର କରିଥାଉ, ଏହାର ସ୍ବାଦ ପ୍ରାୟତଃ ସମସ୍ତଙ୍କ ମନ କିଣିଥାଏ। ତେବେ ରେଷ୍ଟୁରାଣ୍ଟ ଷ୍ଟାଇଲ୍ରେ ଆସନ୍ତୁ ଘରେ ପ୍ରସ୍ତୁତ କରିବା ମସରୁମ୍ କୋରମା
ଏଥିପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ ହେଲା:
ଛତୁ, ଦହି, ନଡ଼ିଆ କୋରା, ଚାରୁମଗଜ,କାଜୁ, ଅଦା ଓ ରସୁଣ ପେଷ୍ଟ, କଟା ଗାଜର, କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଧନିଆ ପତ୍ର, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା, ଗୁଜୁରାତି, ଡାଲଚିନି, ଲବଙ୍ଗ, ତେଜପତ୍ର, ଫାଇନ୍ ତେଲ ଓ ସ୍ୱାଦନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଚାରୁମଗଜ ଓ କାଜୁକୁ ପାଣିରେ ଭିଜାଇ ରଖନ୍ତୁ। ଏହା ଭଲ ଭାବେ ଭିଜି ଗଲା ପରେଏହାକୁ ଛାଣି ରଖନ୍ତୁ। ଏହାପରେ କୋରା ନଡ଼ିଆ, ଅଳ୍ପ ପିଆଜ ସହିତ ଭିଜା ଯାଇଥିବା ଚାରୁମଗଜ ଏବଂ କାଜୁକୁ ଗ୍ରାଇଣ୍ଡରରେ ପକାଇ ପେଷ୍ଟ୍ ପ୍ରସ୍ତୁତ କରି ଦିଅନ୍ତୁ।
ପରେ ଚୁଲିରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେଲାପରେ ସେଥିରେ ଜିରା, ତେଜପତ୍ର, ଲବଙ୍ଗ, ଗୁଜୁରାତି ଓ ଡାଲଚିନି ପକାଇ ଅଳ୍ପ ଭାଜି ଦିଅନ୍ତୁ।
ଏହାପରେ ପିଆଜ, କଞ୍ଚା ଲଙ୍କା ପକାଇ ଲାଲ୍ ହେବ ଯାଏ ଭାଜନ୍ତୁ। ଏହା ପରେ ସେଥିରେ ଅଦାରସୁଣ ପେଷ୍ଟ୍, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ କଷନ୍ତୁ।
ମସଲା ଭଲ ଭାବେ କଷି ହେବା ପରେ ଛତୁ ଓ ଗ୍ରୀନ୍ ମଟର ପକାଇ ଗୋଳାଇ ଦେଇ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ । ଏବେ ସେଥିରେ କାଜୁ ପେଷ୍ଟକୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।
ଏହାପରେ ଅଳ୍ପ ଦହି ଓ ପାଣି ଦେଇ କିଛି ସମୟ ଏହାକୁ ଘୋଡ଼େଇ ଦିଅନ୍ତୁ। ତରକାରୀରେ ପାଣି ଫୁଟି ଟିକେ ଶୁଖିଗଲା ପରେ ଚୁଲିକୁ ବନ୍ଦ କରି ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମସରୁମ୍ କୋର୍ମା’। ଏହି ରେସିପିଟିକୁ ଆପଣ ରୁଟି କିମ୍ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ। ଏହି ରେସିପିଟିକୁ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ଖାଆନ୍ତୁ। ପ୍ରଶଂସାରେ ପୋତି ଦେବେ ସମସ୍ତେ।