SUNSTARTV
ସନଷ୍ଟାର ଟିଭି ବ୍ୟୁରୋ:ଚଳିତ ନିର୍ବାଚନକୁ ନେଇ ସରଗରମ ପଲ୍ଲି ରୁ ଦିଲ୍ଲୀ । ପ୍ରଚାରରେ କମ୍ପୁଛି ସାରା ରାଜ୍ୟ । ୩ ଦଳର ହେବିୱେଟ୍ ନେତା କରୁଛନ୍ତି ନିଜର ଶକ୍ତି ପଦର୍ଶନ । କିନ୍ତୁ ଏହରି ଭିତରେ ଆଜି ବିଜେଡିି ଓ ବିଜେପି ମଧ୍ୟରେ ହେଉଛି ଘମାଘୋଟ ଲଢେଇ । ଗୋଟିଏ ପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତ ଆଉ ଗୋଟେ ପଟେ ବିଜେପିର ନଂ୧ ପ୍ରଚାରକ ନରେନ୍ଦ୍ର ମୋଦି । ଉଭୟ ଆଜି ଓଡିଶାରେ କରୁଛନ୍ତି ନିଜର ଶକ୍ତି ପଦର୍ଶନ । ଗତକାଲି ଓଡିଶାରେ ପହଞ୍ଚିଥିବା ନରେନ୍ଦ୍ରମୋଦି ଆଜି ବ୍ରହ୍ମପୁରରେ ସାଧାରଣ ସଭାକୁ ଉଦବୋଧନ ଦେଇଥିବା ବେଳେ ଦିନ ସାଢେ ୧୨ଟାରେ ନବରଙ୍ଗପୁରର ପାପଡାହାଣ୍ଡିରେ କରିଛନ୍ତି ଜନସମାବେଶ । ଏଥିସହିତ ଓଡିଶାରେ ବିଜେପିକୁ ସକ୍ରୀୟ କରିବା ପାଇଁ ଚଳାଇଛନ୍ତି ପ୍ରୟାସ । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ମୋଦି ପ୍ରଥମ ଥର ପାଇଁ ଓଡିଶା ଅସିିବା ସହ ଦଳ ପାଇଁ କରିଛନ୍ତି ପ୍ରଚାର ।
ଅନ୍ୟପକ୍ଷେ ରାଜ୍ୟର ମୁଖ୍ୟମନ୍ତ୍ରୀ ଗୋଟିଏ ସପ୍ତାହ ଭିତରେ ଦୁଇ ଦୁଇ ଥର ନିର୍ବାଚନ ରଣାଙ୍ଗନାଙ୍କୁ ଓହ୍ଲାଇଛନ୍ତି । ସେ ଆଜି ମଧ୍ୟ କଳାହାଣ୍ଡିରେ ଆରମ୍ଭ କରିଛନ୍ତି ନିଜର ପ୍ରଚାର ପ୍ରସାର । ଖଡ଼ିଆଳ ଓ ଭବାନୀପାଟଣାରେ ସେ ଦୁଇଟି ସାଧାରଣ ସଭାରେ ଯୋଗ ଦେବା ସହ କଳାହାଣ୍ଡି ଭବ ଶ୍ରୀକୃଷ୍ଣନଗରରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ଭୋଟ ଭିକ୍ଷା । ଏହି ସମୟରେ କଳାହାଣ୍ଡି ଲୋକସଭା କ୍ଷେତ୍ରର ବିଧାୟକ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିଛନ୍ତି । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀ ଉତ୍ସାହିତ ଥିବା ବେଳେ ଲୋକଙ୍କ ମଧ୍ୟରେ ଭରି ରହିଛି ଅନେକ ଉତ୍ସାହ ଓ ଉତ୍କଣ୍ଠା । ଫଳରେ ଜନସମୁଦ୍ର ପାଲଟିଛି କଳାହାଣ୍ଡି ସହର । ରାଜ୍ୟରେ ଆସନ୍ତା ୧୩ ତାରିଖ ଦିନ କଳାହାଣ୍ଡି ସହ ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ ଏହା ପର୍ବରୁ ନିଜ ଦଳପାଇଁ ନିର୍ବାଚନର ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି ପ୍ରତେକ ଦଳର ନଂ ୧ ଷ୍ଟାର କ୍ୟାମ୍ପେନର ।
ସୂଚନା ଥାଉକି ଗତ ସପ୍ତାହରେ ବିଜେଡି ସୁପ୍ରିମୋ ଦକ୍ଷିଣ ଓଡିଶାର ୪ଟି ସ୍ଥାନରେ ନିଜର ମାରାଥନ ପ୍ରଚାର କରିଥିବା ବେଳେ ଭିକେ ପାଣ୍ଡିଆନ ମଧ୍ୟ ଦଳ ପାଇଁ ନିଜର ପ୍ରଚାର ଜାରି ରଖିଛନ୍ତି । ବିଜେଡିର ଦୁଇ ନମ୍ବର ତାରକା ପ୍ରଚାରକ ଥିବା କାର୍ତ୍ତିକ ପାଣ୍ଡିଆନ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ସାଧାରଣ ସଭା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଲୋକାଭୀମୁଖୀ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଉଛନ୍ତି । ଏଥିସହିତ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଲୋକଙ୍କୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି । ତେବେ ପାଣ୍ଡିଆନ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତ କରୁଥିବା ବେଳେ ଆଜି ମଧ୍ୟ ସେ ମୋଗା ରୋଡ ଶୋ କରିଛନ୍ତି । ଏଥିସହିତ ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ଭି.କେ ପାଣ୍ଡିଆନ୍ । ତେବେ ଗୋଟିଏ ଦିନରେ ହେବି ୱେଟ ନେତାଙ୍କ ପ୍ରଚାର ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି ।
ଦେଶରେ ଗଣତନ୍ତ୍ରର ମହାପର୍ବ ନିର୍ବାଚନ ଆରମ୍ଭ ହୋଇଥିବା ବେଳଏ ରାଜ୍ୟରେ ମଧ୍ୟ ଏହା ମେ ୧୩ରୁ ଆରମ୍ଭ ହେବ । ଏନେଇ କମ୍ପୁଛି ଓଡିଶା । ରାଜ୍ୟର ପାଣିପାଗ ବର୍ତ୍ତମାନ ଯେତେ ଗରମ ତା ଠାରୁ ଅଧିକ ଗରମ ରାଜ୍ୟ ରାଜନୀତି । ନେତାମାନଙ୍କ ପ୍ରଚାରରେ ଦୁଲୁକି ଉଠୁଛି ସାରା ଓଡିଶା । ଭୋଟରଙ୍କ ପାଖରୁ ଯାଇ ରଜନେତାମାନେ କରୁଛନ୍ତି ଭୋଟ ଭିକ୍ଷା । ତେବେ ନେତାମାନଙ୍କ ଏହି ନିର୍ବାଚନ ପ୍ରଚାର ସାଧାରଣ ଜନତାଙ୍କ ଉପରେ କେତେ ପ୍ରଭାବ ପକାଇବ ତାହା ଜୁନ ୪ ହିଁ କହିବ ।