SunstarTV
ଆଜିଠୁ ଓଜେଇଇ ପରୀକ୍ଷା । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ବି.ଫାର୍ମା, ଏମ୍ସିଏ, ଏମ୍.ଏସ୍ସି(କମ୍ପ୍ୟୁଟର ସାଇନ୍ସ), ଏମ୍ବିଏ, ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ବି.କାର୍ଟ, ଏମ୍.ଟେକ୍, ଏମ୍.ଟେକ୍(ପାର୍ଟ-ଟାଇମ୍), ଏମ୍.ଆର୍କ, ଏମ୍.ପ୍ଲାନ୍, ଏମ୍.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ବି.ଟେକ୍ ଓ ଲାଟେରାଲ୍ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ପାଇଁ ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆରମ୍ଭ ହେଇଛି ।
ସକାଳ ୮ଟା ୩୦ରୁ ୧୦ଟା ୩୦ ମଧ୍ୟରେ ପ୍ରଥମ ସିଫ୍ଟରେ ପରୀକ୍ଷା ହେବାକୁ ଥିବା ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ଣ ୨ଟା ୩୦ ମଧ୍ୟରେ ଦ୍ବିତୀୟ ଓ ଅପରାହ୍ଣ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ମଧ୍ୟରେ ତୃତୀୟ ସିଫ୍ଟରେ ପରୀକ୍ଷା ହେବ । ମୋଟ ୬୫ହଜାର ୭୪୨ଜଣ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ନାମ ପଞ୍ଜିକରଣ କରିଛନ୍ତି ।
ଆଜିଠାରୁ ଆରମ୍ଭ ହୋଇ ମେ’ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷା ପାଇଁ ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି ସହରରେ ମୋଟ୍ ୬୦ଟି ପରୀକ୍ଷା କେନ୍ଦ୍ର ହୋଇଛି ।
ଭୁବନେଶ୍ବରରେ ସର୍ବାଧିକ ୧୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିପରି କଟକରେ ୬, ବାଲେଶ୍ବର ଓ ବ୍ରହ୍ମପୁର ସହରରେ ୪ଟି ଲେଖାଏ, ବରଗଡ଼, ବାରିପଦା, ଭଦ୍ରକ, ଢେଙ୍କାନାଳ, ଜୟପୁର, ପୁରୀରେ ଦୁଇଟି ଲେଖାଏ ପରୀକ୍ଷା କେନ୍ଦ୍ର ହୋଇଛି । ଓଡ଼ିଶାର ଅନ୍ୟ ସମସ୍ତ ସହର ସମେତ ରାଜ୍ୟ ବାହାରେ କଲିକତା, ପାଟଣା ଓ ରାଞ୍ଚିରେ ଗୋଟିଏ ଲେଖାଏ ପରୀକ୍ଷା କେନ୍ଦ୍ର ହୋଇଛି ।