SunStarTV
ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ବିମାନବନ୍ଦରରେ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇ ଥିବା ବେଳେ ବିଜେପି କର୍ମୀ ମାନଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
ଆଜି ଦିନ ୧୨ଟା ବେଳେ ଏସ୍ ଜୟଶଙ୍କରଙ୍କର ବିଭିନ୍ନ ସମ୍ବାଦପତ୍ରର ସଂପାଦକମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପରେ ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
ସୂଚନା ମୁତାବକ ଏସ୍ ଜୟଶଙ୍କର ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ଗୁରୁମନ୍ତ୍ର ଦେବେ।
ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶାଆସୁଛନ୍ତି । ଏହି ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁରରେ ସାଧାରଣ ସଭାରେ ଉଦବୋଧନ ଦେବେ। ନିର୍ବାଚନ ପାଇଁ ବିଜେପି ତାର ସବୁ ରଣ କୌଶଳ ଲଗେଇବା ଆରମ୍ଭ କରି ଦେଇଛି । ତୁହା କୁ ତୁହା କେନ୍ଦ୍ର ନେତା ମାନଙ୍କ ଆଗମନ ଚାଲିଛି।