Sunstar Tv
Horoscope: ପ୍ରତିଦିନ ୧୨ଟି ରାଶିଫଳରେ ପରିବର୍ତ୍ତନ ଦେଖିବାକୁ ମିଳେ। ତେବେ ଆଜି ଆପଣଙ୍କ ଭାଗ୍ୟରେ କଣ ଅଛି ଆଉ କେମିତି କଟିବ ଦିନ, ଜାଣନ୍ତୁ ଆଜିର ରାଶିଫଳ…
ମେଷ: ଆୟର ନୂତନ ମାର୍ଗ ଉନ୍ମୋଚନ ହେବ। ନିବେଶରୁ ଦୂରେଇ ରହିବେ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ନୂଆ ଯୋଜନା ପାଇଁ ଗୁରୁଜନଙ୍କ ପରାମର୍ଶ ନେବେ।
ବୃଷ: ଅଧିକ ଖର୍ଚ୍ଚାନ୍ତ ହେବେ। ବ୍ୟବସାୟରୁ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ମଜଭୁତ୍ ହେବ। ଉଧାର ଧନ ଫେରିପାଇବେ। ସରକାରୀ କ୍ଷେତ୍ରରେ ସଫଳତା ଲାଭ କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ମିଥୁନ: ସନ୍ତାନଙ୍କ ଭବିଷ୍ୟତ ପାଇଁ ଚିନ୍ତାରେ ରହିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟପ୍ରତି ଯତ୍ନଶୀଳ ରୁହନ୍ତୁ। ଉଧାର ଦେଇ ସମସ୍ୟାରେ ପଡ଼ିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ମନ ପ୍ରସନ୍ନ ରହିବ।
କର୍କଟ: ଅଫିସ୍ରେ ଅତିରିକ୍ତ ଦାୟିତ୍ବ ତୁଲାଇବାକୁ ପଡ଼ିପାରେ। ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ଧାର୍ମିକ କାର୍ଯ୍ୟ ପାଇଁ ଆଗ୍ରହୀ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ହୋଇପାରେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରିପାରନ୍ତି। ମଧ୍ୟାହ୍ନ ଭୋଜନ ତୃପ୍ତିଦାୟକ ହେବ। ସୁସ୍ଥ ରହିବେ।
କନ୍ୟା: ପରିବାରର ସହାୟତା ପାଇ ଶତ୍ରୁ ବିନାଶ କରିବେ ଓ ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।
ତୁଳା: ଧର୍ମୀୟ କ୍ଷେତ୍ରରେ ପ୍ରବଚନ ପ୍ରଦାନର ପୂର୍ବ ପ୍ରସ୍ତୁତି ସ୍ବରୂପ ନାନା ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିବେ। ଦାମ୍ପତ୍ୟ ଜୀବନ ଆନନ୍ଦଦାୟକ ହେବ। ବ୍ୟବସାୟରୁ ଲାଭବାନ୍ ହେବେ। ବେକୟା ପ୍ରାପ୍ୟ ମିଳିପାରେ।
ବିଛା: ପରିଶ୍ରମ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ନିର୍ବାହ ଦାୟିତ୍ବ ତୁଲାଇ ଉଚିତ୍ ପ୍ରାପ୍ୟ ହାସଲ କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ।
ଧନୁ: କାର୍ଯ୍ୟରେ ଉନ୍ନତି ଘଟିବ। ଯୋଗାଯୋଗର ମାଧ୍ୟମ ବୃଦ୍ଧିପାଇବ। ଦାମ୍ପତ୍ୟ ଜୀବନ ହସଖୁସିରେ ଅତିବାହିତ କରିବେ। ଇଚ୍ଛା ପୂରଣ ହେବ। ଗରିବ, ଅସହାୟଙ୍କୁ ସାହାଯ୍ୟ କରିବେ।
ମକର: କାର୍ଯ୍ୟରେ ଉନ୍ନତି ଘଟିବ। ଦାମ୍ପତ୍ୟ ଜୀବନ ହସଖୁସିରେ ଅତିବାହିତ କରିବେ। ଇଚ୍ଛା ପୂରଣ ହେବ। ପରିବାର ଲୋକଙ୍କ ପାଇଁ ସମୟ ବାହାର କରନ୍ତୁ। ଗରିବ, ଅସହାୟଙ୍କୁ ସାହାଯ୍ୟ କରିବେ।
କୁମ୍ଭ: ଆୟ ଗତାନୁଗତିକ ହେବ। ବନ୍ଧୁ ବା ସରକାରୀ ସ୍ତରରୁ ଲାଭବାନ୍ ହୋଇପାରନ୍ତି। ଭୋଜନ ରୁଚିକର ହେବ। ସୁସ୍ଥ ଓ ନିରାମୟ ରହିବେ। ପାରିବାରିକ ଜୀବନ ସ୍ନେହପୂର୍ଣ୍ଣ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
ମୀନ: କର୍ମଚଞ୍ଚଳ ରହିବେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। କୃଚ୍ଛ୍ର ସାଧନା ଫଳବତୀ ହେବ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି।