SunstarTV
ଦେଶରେ ନିର୍ବାଚନର ମାହୋଲ ସରଗରମ ରହିଥିବା ବେଳେ ଏବେ ନେତା ମାନେ ମଧ୍ୟ ପ୍ରଚାର କରିବା ଆରମ୍ଭ କରିଲେଣି। ଏହା ଭିତରେ ବଡ ବଡ ଗାଡି ସହିତ କିଛି ନେତା ହେଲିକାପ୍ଟର ମଧ୍ୟ ବୁକ କରିଲେଣି । କିନ୍ତୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପ୍ରଚାର ସମୟରେ ଏକ ନିଆରା ଢଙ୍ଗରେ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଆମେଠୀ ଲୋକସଭା ଆସନରୁ ଲଢୁଥିବା ସ୍ମୃତି ଇରାନୀ ସ୍କୁଟିରେ ବୁଲି ବୁଲି ନିଜ ପାଇଁ ପ୍ରଚାର କରିବା ସହିତ ଜନସାଧାରଣଙ୍କୁ ଭେଟି ସେମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି। ତେବେ ସେ ପ୍ରଚାରକୁ ଯିବା ପୂର୍ବରୁ ରାମ ମନ୍ଦିର ଯାଇ ରାମ ଲାଲାଙ୍କ ଦର୍ଶନ କରିଥିଲେ।
ଇରାନୀ ସ୍କୁଟି ଚଳାଇ ଯାଉଥିବା ସମୟରେ ଲୋକେ ତାଙ୍କ ନିକଟକୁ ଆସି ସେଲ୍ଫି ନେଉଥିବା ଦେଖିବାକୁ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓ ସୂଚନା ଅନୁସାରେ ସେ ଏକ ହଳଦିଆ ରଙ୍ଗର ଶାଢ଼ି ପିନ୍ଧି ଲୋକ ମାନଙ୍କ ସହିତ ଫଟୋ ଉଠାଉଛନ୍ତି।
ସୂଚନାମୁତାବକ ୨୦୧୯ରେ ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପରାଜିତ କରି ଏହି ଆସନରୁ ବିଜୟୀ ହୋଇଥିଲେ। ଚଳିତ ଥର ସ୍ମୃତି ଇରାନୀ ଏଠାରେ ପୁନର୍ବାର ପ୍ରାର୍ଥୀ କରିଛି ଦେଖା ଯାଉ ଚଳିତ ଥରର ସମୀକରଣ କଣ କହୁଛି ।