SunstarTV
ନିର୍ବାଚନର ମାହେଲାରେ ପରିବେଶ ପୂରା ଉଷ୍ମ ରହିଥିବା ବେଳେ କେବଳ ବଡ ବଡ କର୍ମୀ ଦଳ ଛାଡୁ ନାହାନ୍ତି ବରଂ ଘର ବାହୁଡା ମଧ୍ୟ ହେଉଛି । ଏହା ଭିତରେ ସୋରର ବିଧାୟକ ମଧ୍ୟ ଘର ବାହୁଡା ହୋଇଛି ।
ବିଜେପିରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡା । ବିଜେଡି ଟିକେଟ କାଟିବା ପରେ ଅସନ୍ତୋଷ ବଖାଣି ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ ପର୍ଶୁରାମ । କିନ୍ତୁ କୌଣସି ଦଳରେ ଯୋଗ ଦେଇନଥିଲେ । ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ବିଜେପି ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ପର୍ଶୁରାମ । ଏହାସହ ପର୍ଶୁରାମଙ୍କର ଘରବାହୁଡା ହୋଇଛି ବୋଲି କହିଛନ୍ତି ମନମୋହନ ।
ଅନ୍ୟପଟେ ବିଜେପିରେ ସାମିଲ ହେବା ପରେ ପର୍ଶୁରାମ ଧଡା କହିଛନ୍ତି, ବିଜେପିକୁ ଧନ୍ୟବାଦ । ଦୀର୍ଘ ୧୦ ବର୍ଷ ପରେ ପୁଣିଥରେ ଘରକୁ ଫେରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ । ବିଜେପିରୁ ମୋର ରାଜନୈତିକ କ୍ୟାରିୟର ଆରମ୍ଭ ।